୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଜୀବନ୍ତ ଦଗ୍ଧ

0
84
୪୯

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୦୬/୦୬) : ସଦର ଥାନା ନିକଟ ଜାତୀୟ ରାଜପଥ ୪୯ ରାସ୍ତାରେ ଗତ ବିଳମ୍ବିତ ରାତ୍ରୀ ୧ଟା ସମୟରେ ତିନୋଟି ଟ୍ରକ ଧକ୍କା ହୋଇଛି ।

ଟ୍ରକ ଗୁଡିକରେ ନିଆଁ ଲାଗିବାରୁ ତିନି ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଏଥିରେ ୩ ଜଣ ଆହତ ହୋଇଥିବା ଜଣାଯାଇଛି । ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ଜଳିଗଲା ଦୁଇଟି ଟ୍ରଲର ଓ ଗୋଟିଏ ଟ୍ରକ । ଗତରାତି ରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ଦୁଇଟି ଟ୍ରଲର ମୁହାଁମହିଁ ଧକ୍କା ହେବାରୁ ଦୁଇଟି ଟ୍ରଲର ଜଳି ଯାଇଥିଲା । ଦୁଇଟି ଟ୍ରଲର ଜଳୁଥିବା ବେଳେ ପଛପଟୁ ଆସି ଆଉ ଏକ ୧୬ ଚକିଆ ଟ୍ରକ ଧକ୍କା ଦେବାରୁ ସେହି ଟ୍ରକଟି ମଧ୍ୟ ଜଳି ଯାଇଥିଲା । ୩ ଟି ଗାଡ଼ିର ଡ୍ରାଇଭର ଗାଡ଼ି ଭିତରେ ହିଁ ଫଶି ରହିଥିବା ବେଳେ ଜୀବନ୍ତ ଜଳି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରିବା ସହ ନିଆଁ କୁ ଆୟତ୍ତ କରିବାକୁ ୩ ଦମକଳ ନିୟୋଜିତ କରାଯାଇଥିଲା । ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟା ରେ ଗାଡ଼ି ଅଟକି ରହିଛି ।