୭ ରୁ କଣ୍ଟାମାଳ ରେ ତୁଳସୀ ରାମାୟଣ ପରାୟଣ ଅନୁଷ୍ଠିତ 

0
83
୭

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୬) : କଣ୍ଟାମାଳ ବ୍ଲକ ଛକ ଶ୍ରୀରାମ ଚରିତ ମାନସ ଭକ୍ତବୃନ୍ଦ ଙ୍କ ଆନୁକୁଲ୍ୟରେ ଆସନ୍ତା ୭ ତାରିଖ ଠାରୁ ସ୍ଥାନୀୟ ବ୍ଲକ୍ ଛକ ଶ୍ରୀରାମ ମନ୍ଦିର ଠାରେ ତୁଳସୀ ରାମାୟଣ ନବାର୍ଣ୍ଣ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଛି ।

ଏ ନେଇ ଆଜି ପଣ୍ଡିତ ସନତ କୁମାର ମିଶ୍ର ଶ୍ରୀରାମ ମନ୍ଦିର ରେ ମାଙ୍ଗଳିକ ଶ୍ରାଦ୍ଧ ଓ ଦେବ ନିମନ୍ତ୍ରଣ ପୁଜନ କରିଥିଲେ । ଏଥିରେ ନିଳାଞ୍ଚଳ ଗୁରୁ ପତ୍ନୀ ସୋଭାଗିନି ଗୁରୁ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ମନ୍ଦିର ପୂଜକ ଆନନ୍ଦ ପାଢ଼ୀ ପୂଜା କାର୍ଯ୍ୟ ରେ ସହଯୋଗ କରିଥିବା ବେଳେ ଦାମୋଦର ସ୍ଵାଇଁ, ହରିବନ୍ଧୁ ପୁରୋହିତ, ଅନୁପମା ପାଢ଼ୀ, ଜୟ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ନଅ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ନବାହ୍ନ ପାରାୟଣ ବ୍ୟାସ ଭାବେ ସୁବର୍ଣ୍ଣପୁର ଜିଲ୍ଲା ତେଲେଣ୍ଡା ର ଶ୍ରୀ ଗୋବର୍ଦ୍ଧନ ମିଶ୍ର ଓ ପ୍ରବାଚିକା ଭାବେ ମାନସ ମନ୍ଦାକିନୀ, ଶ୍ରୀକ୍ଷେତ୍ର ଧାମ ପୁରୀ ର ଶ୍ରୀରାମ କଥା ସେବିକା ସୁଶ୍ରୀ ତପସ୍ୱିନୀ ପାଢ଼ୀ ଯୋଗ ଦେବା ସ୍ଥିର ହୋଇଛି । ପ୍ରତିଦିନ ସକାଳ ଦଶ ଘଣ୍ଟା ରେ ପାରାୟଣ ଓ ସନ୍ଧ୍ୟା ୭ ଘଣ୍ଟା ୩୦ମିନିଟ୍ ରେ ପ୍ରବଚନ ମାଧ୍ୟମରେ ପ୍ରଭୁ ଶ୍ରୀରାମ କଥା ହେବା ନେଇ କମିଟି ପକ୍ଷରୁ ଦାମୋଦର ସ୍ୱାଇଁ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇ ପ୍ରଭୂ ଶ୍ରୀରାମଙ୍କ କଥାମୃତ ଶ୍ରବଣ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ।