Wednesday, August 12, 2020
Home Corona Lockdown ଓଡ଼ିଶାର ଚତୁର୍ଥ କରୋନା ରୋଗୀ ଚିହ୍ନଟ, ଭଦ୍ରକର ପ୍ରଥମ ଆକ୍ରାନ୍ତ

ଓଡ଼ିଶାର ଚତୁର୍ଥ କରୋନା ରୋଗୀ ଚିହ୍ନଟ, ଭଦ୍ରକର ପ୍ରଥମ ଆକ୍ରାନ୍ତ

ଭୁବନେଶ୍ଵର୩୧/୩(ଓଡିଶା ନ୍ୟୁଜ୨୪): ରାଜ୍ୟରେ ଆଉଜଣେ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

ସଂକ୍ରମିତ ୨୯ ବର୍ଷୀୟ ଯୁବକଙ୍କ ଘର ଭଦ୍ରକରେ ଓ ନିକଟରେ ସେ ଦୁବାଇରୁ ଫେରିଥିଲେ ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଯୋଗେ ସୂଚନା ଦେଇଛି। ଏହା ପୂର୍ବରୁ ଚିହ୍ନଟ ହୋଇଥିବା ୩ଜଣ ଯାକ ରୋଗୀ ଭୁବନେଶ୍ଵରର ବାସିନ୍ଦା ଥିଲେ। ସେମାନଙ୍କ ଚିକିତ୍ସା ଜାରି ରହିଛି ଓ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ୪ର୍ଥ ରୋଗୀ ଭଦ୍ରକରୁ ଚିହ୍ନଟ ହେବା ପରେ ରାଜ୍ୟର ବିଭିନ୍ନ ସହରାଂଚଳର ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଚତୁର୍ଥ ସଂକ୍ରମିତ କେଉଁ ଫ୍ଲାଇଟରେ ଆସିଥିଲେ ଆଉ କେତେ ଜଣଙ୍କ ସହ ସଂସ୍ପର୍ଶରେ ଆସିଥିଲେ, ତାର ଯାଞ୍ଚ ଆରମ୍ଭ ହୋଇଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ୧୩୭ଟି ନମୂନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଆରଏମଆରସିରେ ୧୧୯ଟି, ଏମ୍ସରେ ୧୫ଟି ଓ ଏସସିବିରେ ୩ଟି ନମୂନା ପରୀକ୍ଷା ହୋଇଥିଲା। ଏଥିରୁ ଏମ୍ସରେ ପରୀକ୍ଷା ହୋଇଥିବା ନମୂନା ପଜିଟିଭ ଆସିଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ମୋଟ୍ ୪୯ ଜଣ ବିଦେଶୀ ନାଗରିକ ଅଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ସର୍ବାଧିକ କରୋନା ସଂକ୍ରମିତ କେରଳରୁ ଆସିଛି। ଏହି ରାଜ୍ୟରେ ୨୩୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରୁ ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

  1. ଖବର ଉଦବେଗ ଜନକ । ଅଧିକ ସାବଧାନତାର ଆବଶ୍ୟକତା ରହିଛି ।

Comments are closed.

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: