କୂଅରେ ପଡି ଦୁଇ ଶିଶୁ କନ୍ୟା ମୃତ

0
116
କୂଅରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଖେଳୁଥିବା ବେଳେ କୂଅରେ ପଡି ଦୁଇ ସମ୍ପର୍କୀୟ ଭଉଣି ଙ୍କ ମୃତ୍ୟୁ ଘଟିଛି ।WhatsApp Image 2023 04 06 at 06.32.04 କୂଅରେ ପଡି ଦୁଇ ଶିଶୁ କନ୍ୟା ମୃତ

ମୃତ ଦୁଇ ଭଉଣି ହେଲେ ବୀରମହାରାଜପୁର ର ସିଦ୍ଧିଶ୍ରୀ ଶତପଥୀ (ଦେଢ ବର୍ଷ) ଓ ଦିଶା ମିଶ୍ର (୩ବର୍ଷ) । ଉଭୟ ମୃତ ଦୁଇ ଶିଶୁ କନ୍ୟା ସମ୍ପର୍କରେ ମାମୁ ଝିଅ ଓ ପିଉସି ଝିଅ ଭଉଣୀ ଅଟନ୍ତି । ଦିଶା ମିଶ୍ର ହେଉଛନ୍ତି କମିରା ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଆଲୋକ ମିଶ୍ର ଙ୍କ ଏକ ମାତ୍ର ଝିଅ ଏବଂ ସିଦ୍ଧିଶ୍ରୀ ହେଉଛନ୍ତି ବୀରମହାରାଜପୁର ଡାକ୍ତରଖାନରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଅଳକା ମିଶ୍ର ଙ୍କ ଏକମାତ୍ର ଝିଅ । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଉଭୟେ ନିଜ ଘର ପଛପଟେ ଖେଳୁଥିବା ବେଳେ କୂଅରେ ପଡିଯାଇ ଥିଲେ । ଦୀର୍ଘ ସମୟ ଧରି ଉଭୟ ଶିଶି କନ୍ୟାଙ୍କୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଉଭୟ ଶିଶୁ କନ୍ୟା କୂଅରେ ପଡିଥିବାର ଦେଖି ତୁରନ୍ତ ଉଭୟ ଙ୍କୁ ସ୍ଥାନୀୟ ଦମକଳ ବାହିନୀ ର ସହୟତାରେ କୂଅରୁ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା କୁ ନେଇଥିଲେ । ଉଭୟ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ସୋନପୁର ଜିଲ୍ଲା ଡାକ୍ତରଖାନା କୁ ନିଆଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ଉଭୟ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଖବର ଜଣା ପଡିବା ପରେ ବୀରମହାରାଜପୁର ଅଂଚଳରେ ଶୋକର ଛାୟା ଖେଳାଇ ଯାଇଛି । ସୂଚନାମତେ ଅଳକା ସମ୍ବଲପୁର ର ସଂଗ୍ରାମ କେଶରୀ ଶତପଥି ଙ୍କୁ ବିଭାହ କରିଥିଲେ ମଧ୍ୟ ବୀରମହାରାଜପୁର ଡାକ୍ତରଖାନାରେ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ନିଜ ବାପା କଲ୍ଲୋଳ ମିଶ୍ରଙ୍କ ଘରେ ରହୁଥିଲେ।ଅଳକା ଓ ତାଙ୍କ ବଡବାପା ଙ୍କ ପୁଅ ଶିକ୍ଷକ ଆଲୋକ ଘର ପାଖା ପାଖି ହୋଇଥିବା ବେଳେ ଉଭୟ ଶିଶୁକନ୍ୟା ପ୍ରାୟତଃ ଏକାଠି ଖେଳାବୁଲା କରନ୍ତି । ଆଜି ଉଭୟ ଶିଶୁ କନ୍ୟାଙ୍କ ମୃତଦେହ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତା’ପରେ ବୀରାମହାରାଜପୁର ନିକଟସ୍ଥ ହରିହର ଯୋର ଠାରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।