Thursday, March 28, 2024

Top 5 This Week

Related Posts

ସନ୍ଥକବି ଭୀମଭୋଇଙ୍କ ସମାଧିପୀଠକୁ ଜାତୀୟ ସ୍ମାରକୀ ଘୋଷଣା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୪) : ଏବେ ସନ୍ଥକବି ଭୀମଭୋଇଙ୍କ ବିଷୟରେ ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରିବେ ଯଦ୍ୱାରା କବିଙ୍କ ଲୁକ୍କାୟିତ ହୋଇ ଯାଉଥିବା ତାଙ୍କର ମହତ୍ କାଂକ୍ଷୀ ବାଣୀ ନିଶ୍ଚୟ ଯୁବ ସମାଜଙ୍କୁ ଆଗକୁ ବଢିବାକୁ ଏକ ପ୍ରେରଣା ଦାୟକ ହେବ ।

ଯାହାକି ବର୍ତ୍ତମାନର ଅବକ୍ଷୟମୁଖି ସମାଜ ସକାଶେ ଆବଶ୍ୟକତା କରେ ” ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିଦେଖୁ ଦେଖୁକେବା ସହୁ” । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ” ଭଳି କାଳଜୟୀ ସ୍ରଷ୍ଟା ଙ୍କ ଲେଖାସବୁକୁ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗର ମନ୍ତ୍ରୀ ହେବା ପରେ ତାଙ୍କରି ପ୍ରଚେଷ୍ଟାରେ ବର୍ତ୍ତମାନ ସନ୍ଥକବି ଭୀମଭୋଇଙ୍କ ବାଣୀକୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଚଳନ କରି କବିଙ୍କ ବିଚାରଧାରକୁ ବିଶ୍ୱ ସ୍ତର ପର୍ଯ୍ୟନ୍ତ ଗୁଞ୍ଜରିତ ହେଉବୋଲି କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଯାହା ଆପଣାଇଛନ୍ତି ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମଧ୍ୟ ସଚେତନ ନାଗରିକ ମଞ୍ଚ ପ୍ରକାଶ କରିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି ସଚେତନ ନାଗରିକ ମଞ୍ଚକର୍ମକର୍ତ୍ତା ପତ୍ର ମାଧ୍ୟମରେ ନିବେଦନ ମଧ୍ୟ କରିଛନ୍ତିଓ ସେଠାରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଦ୍ୱିତୀୟ ରେଳପଥ ନିର୍ମାଣ ସକାଶେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାକି ସନ୍ଥକବି ଭୀମଭୋଇ ଙ୍କ ପାଇଁ ଏହାହିଁ ହେବ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମଧ୍ୟ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ମତ ବ୍ୟକ୍ତ କରିଛନ୍ତି ।

Popular Articles