ନାଇରା ଠାରୁ ବାଇନାଗୁଡା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ସ୍ଥାପନା

0
143
ନାଇରା

a301aa76 760f 458b 939a a1a7e6eb60a2 ନାଇରା ଠାରୁ ବାଇନାଗୁଡା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ସ୍ଥାପନାରିପୋର୍ଟ : ଲୋକନାଥ ସାହୁ //
ଗୁଡ଼ାରୀ, (୦୪/୨୩) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ବାଇନାଗୁଡା ଠାରେ ବାଇନାଗୁଡା ଠାରୁ ନାଇରା ରାସ୍ତାର ପ୍ରସସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l7475af66 98fa 47ff 8976 cef1f1a1341e ନାଇରା ଠାରୁ ବାଇନାଗୁଡା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ସ୍ଥାପନା

ପ୍ରସସ୍ତିକରଣ ଫଳକ କୁ ଆଇନ୍ ଏବଂ ଅନୁସୂଚିତ ଜାତି ଓ ଜନଜାତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଶୁଭ ଉଦ୍ଘାଟନ କରିଥିଲେ । ନାଇରା ଠାରୁ ବାଇନାଗୁଡା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ସ୍ଥାପନା କାର୍ଯ୍ୟକ୍ରମରେ ଗୁଣପୁର ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ମାନ୍ୟବର ଶ୍ରୀ ସୁଧୀର ଦାସ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଡାରି ଏନ ଏ ସି ଓ ବ୍ଲକର ସମସ୍ତ କର୍ମୀ ମାନେ ଉପସ୍ଥିତ ଥିଲେ । ରାସ୍ତାର ଉନ୍ନତି କରଣ ହେବା ପରେ ଯାନବାହନ ଚଳାଚଳରେ ସୁବିଧା ସୁଯୋଗ ହୋଇପାରିବ । ଏହି କାର୍ଯ୍ୟକ୍ରମକୁ ଗୁଡ଼ାରୀ ବିଜେଡି ନେତା ସନ୍ତୋଷ ମହାନ୍ତି ଓ କେଦାର ସାହୁ ପରିଚାଳନା କରିଥିଲେ ।