ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

0
101
ଯୁବକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୪/୦୪) : ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଉଦଳା ଥାନା ଏନଏସି ୧୧ ନମ୍ବର ଓ୍ୱାର୍ଡରେ ଅଘଟଣ ।

ଆଜି ସକାଳେ ବିଲ ମଝିରେ ଥିବା ଏକ ଗଛ ରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ୧୧ ନମ୍ବର ୱାର୍ଡର ସୁବ୍ରତ ମହାନ୍ତି । ସେ ବାଲେଶ୍ୱର ରେ ରହି କାର୍ଯ୍ୟ କରୁଥିବା ବେଳେ କିଛି ଦିନ ପୂର୍ବରୁ ଘରକୁ ଆସିଥିଲେ । ତେବେ ଆଜି ସକାଳୁ ଘର ଠାରୁ କିଛି ଦୂରରେ ଥିବା ବିଲ ଭିତରେ ଏକ ଗଛ ରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁ ପଛର କାରଣ ଜଣା ପଡି ନ ଥିବା ବେଳେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।