ରାମଲୀଳା ଉତ୍ସବ : ସୀତା ବିବାହ ଓ ପର୍ଶୁରାମ ଭେଟ ନାଟକ ମଞ୍ଚସ୍ଥ

0
90
ଭେଟ

ରିପୋର୍ଟ : ରାଜେଶଜ ବାଘ
ଉଲୁଣ୍ଡା, (୩/୪) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ କୋଟସମଲାଇ ବାହାରିପଡା ଆନୁକୂଲ୍ୟରେ ରେ ରାମଲୀଳା ଉତ୍ସବ ଅନୁଷ୍ଠିତ ହେଉଅଛି ।

ଏହି ଅବସରରେ ତୃତୀୟ ଦିନରେ ସୀତା ବିବାହ ଓ ପର୍ଶୁରାମ ଭେଟ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ଶ୍ରୀରାମ ଭୂମିକା ରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ ରେ ରାମଗୋପାଳ ସେଠୀ, ଭରତ ସୁରେଶ ଅମାତ, ଶତ୍ରୁଘନ ଅଶୋକ ରାଉତ, ସୀତା ବୃଷବ କର୍ଣ୍ଣ, ଦଶରଥ ନରେନ୍ଦ୍ର ବାଘ, ଜନକ ଋଷି ବିରମିତ୍ର ପଧାନ, ପର୍ଶୁରାମ ଲକ୍ଷିନ୍ଦ୍ର ବସ୍ତିଆ ଙ୍କ ଅଭିନୟ ଉଚ୍ଚ କୋଟିର ଥିଲା । ମହାସମାରୋହରେ ଧୁମଧାମରେ ସୀତା ବିବାହ ନାଟକ ଅନୁଷ୍ଠିତ ହୋଇଥିଲା ।