Related Contents

ଶ୍ରୀ ଶ୍ରୀ ମା ମଝିଘୋରିଆଣିଙ୍କ ଚଇତ୍ର ପର୍ବ ଓ ଝାମୁଯାତ୍ରା – ରାୟଗଡା

ରାୟଗଡା(ଗୋପିନାଥ ଗୌଡ): ରାୟଗଡାଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା ମଝିଘୋରିଆଣିଙ୍କ ଚଇତ୍ର ପର୍ବ ଓ ଝାମୁଯାତ୍ରା ଚଳିତ ବର୍ଷ ୨୭.୦୩.୨୦୧୮ ରୁ ୩୧.୦୩.୨୦୧୮ ତାରିଖ ପର୍ୟନ୍ତ ୫ ଦିନ ବ୍ୟାପି ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହେବ। ଏ ନେଇ ମଝିଘୋରିଆଣି ଟ୍ରଷ୍ଟ ପରିଚାଳନା ତୋରଫରୁ ସମସ୍ତ ବ୍ୟବସ୍ତା କରାଯାଇଛି। ଚଇତ୍ର ପର୍ବ ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୁଷ୍ଟିରେ ରଖି, ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କୁ ସୁବିଧା ଓ ସହଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସମସ୍ତ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମଧ୍ୟ ମୂର୍ତ୍ୟୟନ କରାଯାଇଛି। ସେସଦିନ ଝାମୁ ଅଗ୍ନିପୂଜା ପରେ ପୂଜକ ଅଗ୍ନି ରେ ଚାଲିବା, ଓ ପୃର୍ଣ୍ଣାହୁତି କାର୍ୟକ୍ରମ ଶେଷ ହେବା ସହ ଚରୁ ବିତରଣ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି। ଚୋରି ହାରି ର ଭୟକୁ ଦୁଷ୍ଟିରେ ରଖି ମନ୍ଦିର ଚାରିପଟେ ସିସି ଟିଭି ର ବ୍ୟବସ୍ତା କରାଯାଇଛି। ସେହିପରି ଶତାଧିକ ଦର୍ଶକଙ୍କ ନିମନ୍ତେ ପ୍ରତ୍ୟକ ଦିନ ରାତ୍ର ୮ ଟା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି, ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।

Comments are closed.