ପୂର୍ବତନ ନଗରପାଳ ତଥା ବିଜୁ ପଟ୍ଟନାୟକ ଙ୍କ ଘନିଷ୍ଟ ବନ୍ଧୁ ପ୍ରଦିପ ମହାରଣା ଙ୍କ ଦେହାନ୍ତ

0
78
ପୂର୍ବତନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୨/୦୪) : ଟିଟିଲାଗଡ ର ପୂର୍ବତନ ନଗରପାଳ ଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଘନିଷ୍ଟ ବନ୍ଧୁ ପ୍ରଦିପ ମହାରଣା ଙ୍କ ଦେହାନ୍ତ ଘଟିଛି ।

ପୂର୍ବତନ ନଗରପାଳ ଦୀର୍ଘ ଦିନ ଧରି ସେ ଶଯ୍ୟାଶାୟୀ ଅବସ୍ତାରେ ଥିବାବେଳେ ଆଜି ଶନିବାର ତାଙ୍କ ମୃତ୍ୟୁ ଘଟିଛି । ଟିଟିଲାଗଡ ଅଞ୍ଚଳ ରେ କୁଷ୍ଟ, ଯକ୍ଷ୍ମା, ଭଳି ଆକ୍ରାନ୍ତ ଙ୍କ ପାଇଁ ସ୍ଵତନ୍ତ୍ର ଚିକିତ୍ସା ତଥା ରହିବା ବ୍ୟବସ୍ଥା କରାଯାଇ ଥିଲା । ସେହିପରି ଏସ ସି ଡି ଆଖି ଡାକ୍ତରଖାନା ସହ ଭିନ୍ନକ୍ଷମ ଙ୍କୁ ରହିବା ସହ ଚିକିତ୍ସା ଓ ଅନ୍ଧ, ମୁକ, ବଧିର ଙ୍କ ନିମନ୍ତେ ଶିକ୍ଷା କେନ୍ଦ୍ର ସ୍ଥାପନ କରି ଥିବା ବେଳେ ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇ ଆସୁଛି । ବିଶେଷ କରି କୁଷ୍ଠ ରୋଗର ଆକ୍ରାନ୍ତ ଙ୍କୁ ଘୃଣା କରି ଗାଁ ରୁ ବାହାର କରି ଦିଆ ଯାଉଥିବା ବେଳେ ତାଙ୍କୁ ଚିକିତ୍ସା ଓ ଥଇଥାନ କରାଯିବା ନେଇ ସେ ଆମେରିକା ରେ ସମ୍ମାନିତ ହୋଇ ଦେଶର ଗୌରବ ଆଣି ପାରି ଥିଲେ ।