ରାମଲିଙ୍ଗେଶ୍ୱର ମନ୍ଦିର କମିଟି ର ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

0
259
ରାମଲିଙ୍ଗେଶ୍ୱର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ସରକାରୀ କୃଷି ଫାର୍ମ ରେ ଥିବା ପ୍ରସିଦ୍ଧ ଐତିହାସିକ ରାମଲିଙ୍ଗେଶ୍ୱର ଶୈବପୀଠ ରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ନିମନ୍ତେ କମିଟି ର ପ୍ରସ୍ତୁତି ବୈଠକ ହୋଇଥିଲା ।

ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଐତିହାସିକ ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି ତାହାକୁ ଦୃଷ୍ଟିରେ ରଖି ବିବାହ, ବ୍ରତ କାର୍ଯ୍ୟକ୍ରମ ଚାଲୁଥିବା ରୁ ସେହି ସ୍ଥାନରେ ଏକ ଲକ୍ଷ୍ମୀ ନାରାୟଣ ମନ୍ଦିର ନିର୍ମାଣ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇ ଥିଲା । ତାହାକୁ ପୁରା କରିବା ପାଇଁ କମିଟି ନିଷ୍ପତ୍ତି ନେଇଥିଲେ ହେଲେ ସହାୟତା ଆସିବ କେଉଁଠୁ ସେଥିପାଇଁ ମନ୍ଦିର କମିଟି ବର୍ତ୍ତମାନ ଚିନ୍ତାରେ । ଲକ୍ଷ୍ମୀ ନାରାୟଣ ମନ୍ଦିର ଅଧାପନ୍ତରିଆ ରେ ଥିବାବେଳେ ପୁରହିତ ମାନେ ମନ୍ଦିର ପ୍ରତିଷ୍ଠା ପାଇଁ ୨୬/୫ ଶୁକ୍ରବାର ଦୀକ୍ଷା ଗ୍ରହଣ ମଙ୍ଗଳ ରୋପଣ, ଅଙ୍କୁସ ରୋପଣ, ଜଳ ଯାତ୍ରା, ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ, ରତ୍ନ ମୂଦା, କରୁଣା କାର୍ଯ୍ୟ ଓ ମନ୍ଦିର ପ୍ରତିଷ୍ଠା କରିବା ପାଇଁ କହିଛନ୍ତି । ମାତ୍ର ଅଳ୍ପ ଦିନ ମଧ୍ୟରେ ମନ୍ଦିର କାମ ଶେଷ କରିବାର ଅଛି କମିଟି ପାଖରେ ଟଙ୍କା ନାହିଁ କେମିତି କାର୍ଯ୍ୟ ଶେଷ ହେବ ଭଗବାନ ଙ୍କ ଉପରେ ଭରସା ।

କିଛି ଅନୁଦାନ କାରୀ ମାନେ ମନ୍ଦିର କୁ ଦାନ ଦେଇଥିବାରୁ ଏତିକି କାମ ହୋଇ ପାରିଛି ବୋଲି ମନ୍ଦିର କମିଟି ର ସଭାପତି ଲକ୍ଷ୍ମୀ ନାରାୟଣ ପୂଜାରୀ ସମ୍ପାଦକ ଏ ହରିଶଙ୍କର ରାଓ ଉପସଭାପତି ନାରୀ ତିଆକା, କୋଷାଧ୍ୟକ୍ଷ ଲଚମ ପତି କାଡ୍ରାକା ସମେତ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ଅକ୍ଷୟ କୁମାର ପିଡ଼ିସିକା, ଶିବରାମ କାଡ୍ରାକା,ରମା ପଣ୍ଡା, ଘାସି ମିଣିଆକା, ଏନ ମୁକେଶ, ନରେନ୍ଦ୍ର କୌଶଲ୍ୟା, ଡି ବୈରାଗୀ, ରାଉତ କୌଶଲ୍ୟା ଉପସ୍ଥିତ ରହି ବୈଠକରେ ଯୋଗ ଦେଇ ଆଲୋଚନା ରେ ସହଯୋଗ କରିଥିଲେ । ଏବଂ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା କି ପରି ସୁରୁଖୁରୁରେ ହେବ ବୋଲି ପଞ୍ଚାୟତ ବାସୀ ଆଲୋଚନା କରିବା ସହ ସମସ୍ତେ ଦାୟିତ୍ୱ ନେଇ ଲକ୍ଷ୍ମୀ ନାରାୟଣ ମନ୍ଦିର କାମ କୁ ଶେଷ କରି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି । ମନ୍ଦିର କମିଟି ର ସମସ୍ତେ ସଦସ୍ୟ ମାନେ ଭଗବାନ ଙ୍କୁ ପ୍ରାର୍ଥନା କରିଛନ୍ତି ଯେ ଅନୁଦାନ କାରୀ ମାନେ ଆପଣଙ୍କ କାର୍ଯ୍ୟ ଶେଷ କରିବା ନିଜେ ନିଜେ ଚାଲିଆସନ୍ତୁ ଭଗବାନ ବୋଲି କାମନା କରିଛନ୍ତି ।