୩୦ତମ ପ୍ରତିଷ୍ଠା ଦିବସ ପାଳିତ

0
100
୩୦ତମ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨/୪) : ସୁବର୍ଣ୍ଣପୁର ଜିଲ୍ଲା ର ୩୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍କଳ ଦିବସ ତଥା ସୁବର୍ଣ୍ଣପୁର ଜିଲ୍ଲା ର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସଦର ବ୍ଳକ ଛକ ରୁ ଆମ୍ବେଦକର ଛକ ମୁଖ୍ୟ ରାସ୍ତା ରେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସୁବର୍ଣ୍ଣପୁର ଜିଲ୍ଲାରେ ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ସୁବର୍ଣ୍ଣପୁର ଜିଲ୍ଲା ଏପ୍ରିଲ ୧ ତାରିଖ ୧୯୯୩ ରେ ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଳ ନରୱଣେ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ନିଶି ପୁନମ ମିଞ୍ଜ, ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଏହି ରାହାଗିରି କାର୍ଯ୍ୟକ୍ରମ ରେ ନୃତ୍ୟ, ଗୀତ, ଚିତ୍ରାଙ୍କନ, ବାନ୍ଧକଳା ଶିଳ୍ପୀ, ଛାତ୍ରଛାତ୍ରୀ ଙ୍କ କୀର୍ତ୍ତନ, ନାମ କୀର୍ତ୍ତନ, ତାଇକୋଣ୍ଡା,ଚାଟୁ ଶିଳ୍ପୀ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା ବାର୍ତା ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ପରିଚାଳନା କରିଥିବା ବେଳେ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ । ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ ।