ଅଭିଭାବକ ଶିକ୍ଷକ ଓ ଭକେସନେଲ ଟ୍ରେନିଙ୍ଗ ଅନୁଷ୍ଠିତ

0
106
ଅଭିଭାବକ ଶିକ୍ଷକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ଚନ୍ଦ୍ରପୁର, (୦୧/୪) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ର ମୁଖ୍ୟ ବିଷୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଖୋଲି ଥିବା +2ସାଇନ୍ସ ନାମ ଲେଖାଇବା ନିମନ୍ତେ । ଅଭିଭାବକ ଓ ଶିକ୍ଷକ ବୈଠକ ରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ଓ ଅସୁବିଧା ନିମନ୍ତେ ଆଲୋଚନା କରାଗଲା । ପିଲା ମାନଙ୍କର ପରିଷ୍କାର ଓ ପରିଛନଏବଂ କିପରି ଭଲ ଭାବରେ ପାଠ ପଡ଼ି ପାରିବେ ସେଥିପାଇଁ ସମସ୍ତ ଅଭିଭାବକ ଶିକ୍ଷକ ବୈଠକ କରିବା ସହ ନୋଡାଲ ଉଚ୍ଚ ବିଦ୍ୟାଳୟ +2 ସାଇନ୍ସ କଲେଜ ରେ ଚନ୍ଦ୍ରପୁର ବ୍ଲକ ର ଛାତ୍ର ଛାତ୍ରୀ ଙ୍କ ନାମ ପ୍ରଥମେ ଲେଖିବା ନିମନ୍ତେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କେଶବ ମଣ୍ଡଳ ଙ୍କ ଅବଗତ କରାଯାଇଛି । ଏବଂ ତାପରେ ଅନ୍ୟ ବ୍ଲକ ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖିବା ନିମନ୍ତେ ଆଲୋଚନା କରାଯାଇଛି । ଏଥିରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଶ୍ରୀ ଗଦାଧର ବେହେରା, N ଆପୋଲୋ ରାଜୁ, ଜାନକୀ ପ୍ରଧାନ, ଅରୁଣ କୁମାର ଶବର, ବିଶ୍ୱନାଥ ମାଝୀ, ମନମୋହନ ମଲିକ, ଶ୍ରବଣ ବେହେରା, ଲିଙ୍ଗରାଜ ପିଙ୍ଗ ଓ ସୁବଶ୍ରୀ ବେହେରା ଉପସ୍ଥିତ ଥିଲେ । ବୈଠକ କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ପରିଚାଳନା କରିଥିଲେ ଓ ସହକାରୀ ଶିକ୍ଷକ ଶ୍ରୀ ଗଦାଧର ବେହେରା ଉପସ୍ଥିତ ସମସ୍ତ ଅଭିଭାବକଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।