Thursday, March 28, 2024

Top 5 This Week

Related Posts

ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଉତ୍କଳ ଦିବସ ଉତ୍ସବ ପାଳନ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୧/୦୪) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଏନ୍ ଏ ସି ପରିଷଦରେ ଥିବା ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ, ଗୁଡ଼ାରୀ ଆନୁ କୁଲ୍ୟରେ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ୮୭ ତମ ଉତ୍କଳ ଦିବସ, ଉତ୍ସବ ସ୍ଥାନୀୟ ରାଧା କୃଷ୍ଣ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2023 04 02 at 10.31.56 ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଉତ୍କଳ ଦିବସ ଉତ୍ସବ ପାଳନ

ଏହି ଉତ୍ସବ ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦର ସଭାପତି ଶ୍ରୀଯୁକ୍ତ ନରସିଂହ ପାଣିଗ୍ରାହୀ (ଅବସର ପ୍ରାପ୍ତ ଶିକ୍ଷକ ), ସମ୍ପାଦକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମିଶ୍ର (ଅବସର ପ୍ରାପ୍ତ ଶିକ୍ଷକ) ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର R.G କଲେଜ୍ ରୁ ଆସିଥିବା ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉଦୟ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ଭାବେ ଗୁଡ଼ାରୀ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗତ୍ ଜୀବନ ଦଳାଇ , ମୁଖ୍ୟବକ୍ତା ଭାବେ ପଦ୍ମପୁରଋ ଆସିଥିବା ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଶ୍ରୀଯୁକ୍ତ ଭାସ୍କର ପାଣିଗ୍ରାହୀ ମଞ୍ଚାଶିନ ହୋଇଥିବା ବେଳେ ଗୁଡ଼ାରୀ ଅଞ୍ଚଳର ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦିବ୍ୟ ସିଂହ ମିଶ୍ର ମଞ୍ଚାଷିନ ହୋଇଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୦୬.୩୦ମିନିଟ୍ ସମୟରେ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଥିବା ବେଳେ ପ୍ରଥମତଃ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସାଙ୍ଗକୁ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଆସନ ଅଳଙ୍କୃତ କରଯାଇଥିଲା ।

ଜଗନ୍ନାଥଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ଧୂପ ଦେଇ ପ୍ରାରମ୍ଭ କରାଯାଇ ଥିବା ଦେଖିବାକୁ ମିଳିଥିଲା । ମୂଖ୍ୟ ଅତିଥି ଉତ୍କଳ ଦିବସ ଉପଲକ୍ଷେ ବକ୍ତବ୍ୟ ମାଧ୍ୟମରେ ସୂଚାରୁ ରୂପେ ବୁଝାଇ ଥିଲେ ଏବଂ ଗୁଡ଼ାରୀ ଅଞ୍ଚଳର ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ମିଶ୍ର ସାର ମଧ୍ୟ ତାଙ୍କ ବକ୍ତବ୍ୟ ମାଧ୍ୟମରେ କିଛି ଅଭିର ଭାଷଣ ଦେଇଥିଲେ ଏଥି ସାଙ୍ଗକୁ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆଦର୍ଶ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ରାଧାକୃଷ୍ଣ ଇଂରାଜୀ ମାଧ୍ୟମ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ଶିଶୁ ମାନଙ୍କ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା । ପରିଶେଷରେ ଅଜିର ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ସାଙ୍ଗକୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ଦିଲୀପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Popular Articles