ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ

0
146
ସରସ୍ୱତୀଶିଶୁ ବିଦ୍ୟାମନ୍ଦିର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨/୦୪) : ଆଜି ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ଗୁଣପୁରରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଯଥାରୀତି ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଯଜ୍ଞରେ ଅନୁଷ୍ଠାନ ରେ ଉପ ସଭାପତି ଶ୍ରୀ ମୀନକେତନ ପଣ୍ଡା ଉପବେସନ କରିଥିଲେ । ଏହି ଦିବସ ରେ ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବା ବେଳେ ଅଭିଭାବକ ତଥା ଜଣେ ସମାଜ ସେବୀ ଶ୍ରୀ ସୁରେଶ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ପାଦକ ଶ୍ରୀ ସୋମନାଥ ଗୌଡ, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଉପସ୍ଥିତ ରହି ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ରା ସଭାପତି ଶ୍ରୀ ବି ଗଜପତି ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ରେଣୁକା ପାତ୍ର ସଂଯୋଜନା କରିଥିଲେ ।