ସମ୍ମାନିତ ଅତିଥି ରୂପେ ଡାକି ଅସମ୍ମାନ କରିଥିବା ଅଭିଯୋଗ କଲେ ପୌରାଧ୍ୟକ୍ଷା

0
150
ସମ୍ମାନିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୪) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପ କୁ ଉତ୍କଳ ଦିବସ ପାଳନ ନେଇ ସମ୍ମାନିତ ଅତିଥି ରୂପେ ଡକାଯାଇଥିଲା ।WhatsApp Image 2023 04 02 at 10.28.28 ସମ୍ମାନିତ ଅତିଥି ରୂପେ ଡାକି ଅସମ୍ମାନ କରିଥିବା ଅଭିଯୋଗ କଲେ ପୌରାଧ୍ୟକ୍ଷା

ହେଲେ ଅତିଥି ରୂପେ ଷ୍ଟେଜ କୁ ନ ଡାକି ତଳେ ଜାଗା ଦିଆଯିବା ନେଇ ଅସମ୍ମାନ ଜାଣି, ଶୁଣି କରାଯାଇଥିବା ନେଇ ଏକ ପ୍ରେସ ବିବୃତି ରେ ଗୁରୁତର ଅଭିଯୋଗ କରିଛନ୍ତି । ସୂଚନାନୁଜାୟୀ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତି ଜୈନ ଙ୍କୁ ରଖାଯିବା ସତ୍ତ୍ୱେ ତାଙ୍କୁ ସ୍ଥାନ ଜାଣି,ଶୁଣି ନ ଦେଇ ଏପରି ଅସମ୍ମାନ ଉଦ୍ଦେଶ୍ୟ ମୂଳକ ଭାବେ କରାଗଲା ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ବିଜେପି ଦଳ ତରଫରୁ ସେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ସୁଦ୍ଧା ତାଙ୍କୁ ଏଭଳି ଦୁର୍ବ୍ୟହାର ର ଶିକାର ହୋଇଥିବା ପ୍ରକାଶ କରିଛନ୍ତି ।

ସ୍ଥାନୀୟ ବିଧାୟିକା ତଥା ପରିବହନ ମନ୍ତ୍ରୀ ଦାୟିତ୍ୱ ରେ ଥିବା ଟୁକୁନି ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏ ଘଟଣା ଓ ବିଜେପି ଦଳ ତରଫରୁ ୱାର୍ଡ ମେମ୍ବର ମାନଙ୍କ ଅଞ୍ଚଳ ରେ ଜାଣି, ଶୁଣି ପରିମଳ ସହ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ କରାଯିବା ଦ୍ୱାରା ଜନଅସନ୍ତୋଷ ବୃଦ୍ଧି ପାଉଛି ବୋଲି ବିଜେପି ଦଳ ତରଫରୁ ପ୍ରକାଶ ପାଇଛି । ଏହି ଭଳି ପୌରରିଷଦ ଅଞ୍ଚଳ ରେ ବାରମ୍ୱାର ନିର୍ଦ୍ଦେଶ ସତ୍ୱେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରିବା ଯୋଗୁଁ ମାସିକ ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା, ଆବାସ ଯୋଜନା ତଥା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି । ଏ ନେଇ ଆଗମୀ ଦିନରେ ଉପଯୁକ୍ତ ପଦକ୍ଷେପ ନେବାକୁ ଓ କାଗଜ, କଲମରେ ସବୁ କାର୍ଯ୍ୟ ଚାଲିବା ନେଇ ସେ ବିରୋଧ ର ଶିକାର ହୋଇ ଆସୁଛନ୍ତି ତାର ଉଚିତ୍ ଜବାବ ଦିଆଯିବ ବୋଲି ଜଣେଇଛନ୍ତି ।