Friday, September 25, 2020
Home Corona Lockdown ମହାସମୁନ୍ଦବାସୀଙ୍କୁ ପ୍ରଶାସନ ଓ ସ୍ଥାନୀୟ ବାସୀଙ୍କ ସହାୟତା

ମହାସମୁନ୍ଦବାସୀଙ୍କୁ ପ୍ରଶାସନ ଓ ସ୍ଥାନୀୟ ବାସୀଙ୍କ ସହାୟତା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୨୮/୩): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତର କୁମାରଗୁଡା ଗ୍ରାମର କେନ୍ଦୁଲିପି ଗୋଦାମ ନିକଟରେ ଗତ ୪ ମାସ ତଲେ ମହାସମୁନ୍ଦ ରାଇପୁର ନିକଟସ୍ଥ ପେଟୱା ଗ୍ରାମର ୩ ଗୋଟି ପରିବାର କାର୍ତ୍ତିକ,ଗିରିଜାଭାଇ ଓ ଅର୍ଜୁନ ରହି ଆସୁଛନ୍ତି |

ଏହି ୩ ପରିବାର ରୁ ମୋଟ ୨୫ ଜଣ ଛାତ୍ରଛାତ୍ରୀ, ମହିଳା ଓ ପୁରୁଷ ମିଶି ଏହି ଛକ ଠାରେ ରହି ପାଞ୍ଜି ଦେଖି ତାଙ୍କର ପେଟ ପଶୁଥିବା ବେଳେ ହଠାତ କରୋନା ଭାଇରସ କୁ ରକିବା ପାଇଁ ଜନତା କର୍ଫ୍ୟୁରେ ଭାରତ ବନ୍ଦ ହେଲା | ସେହି ଦିନ ଠାରୁ ଲକ ଡାଉନ ହେବାରୁ ଏହି ରାଇପୁର ପେଟୱା ବାସୀ ଓଡ଼ିଶାର କୁମାରଗୁଡା ଛକ ନିକଟରେ ବନ୍ଦି ହୋଇ ରହିଯିବା ପରେ ତାଙ୍କର ପାଞ୍ଜି ବନ୍ଦ ହୋଇଯିବାରୁ ଖାଇବା ପାଇଁ ହାତରେ ଟଙ୍କା ନାହିଁ ବୋଲି ଛୋଟ ପିଲା ମାନେ ଭୋକ ପାଇଁ କଲବଳ ହେଉଥିବାର ଦେଖି ପ୍ରଶାସନକୁ କହିବାରୁ

ଆଜି ବୁଡ଼ାଗୁଡା ଗ୍ରାମ ପଞ୍ଚାୟତର ପି ଇ ଓ ସନ୍ତସ ସାହୁ ୫୦ କେଜି ଚାଉଳ ଓ କିଛି ପରିବା ଦେଇଥିବା ବେଳେ ସିକରପାଇ ର ଚେଲାପତି ୫୦ କେଜି ଚାଉଳ ବୁଡ଼ାଗୁଡା ଏନ ସୀମାଞ୍ଚଳ ୨୫ କେଜି ମାଝୀଗୁଡା ରୁ ଜି ଶ୍ରାବଣା ୨୫ କେଜି ଚାଉଳ ଦେଇଥିବା ବେଳେ ସଞ୍ଜୟ ପ୍ରଧାନ ପରିବା ଓ ପିଲାଙ୍କ ପାଇଁ ବିସ୍କୁଟ କିଣି ଦେଇଥିବା ଦେଖିବାକୁ ମିଳିଛି । ଏହି ସହାୟତା କାର୍ଯ୍ୟକ୍ରମକୁ ମୁଖ୍ୟ ଭାବରେ ହାତ ବଢ଼େଇ ସନ୍ତସ ସାହୁ, ଅକ୍ଷୟ କୁମାର ପିଡ଼ିସିକା, ଚେଲାପତି ଓ ମୁରଲୀଙ୍କ ଦ୍ଵାରା ଭୋକ ମେଣ୍ଟାଇବାକୁ ସାହାଯ୍ୟ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: