କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ସକାଶେ ସ୍ୱର ତୀବ୍ରତର କରିବାକୁ ହେବ

0
91
କୋଶଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୪) : ଓଡିଆତ୍ୱର ଚାପ ମଧ୍ୟରେ ପଶ୍ଚିମ ଓଡିଶାବାସୀଙ୍କ ନିଜତ୍ୱ ଲୋପ ପାଇ ଯାଉଛି । କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ସକାଶେ ସ୍ୱର ତୀବ୍ରତର କରିବାକୁ ହେବ । ପଶ୍ଚିମ ଓଡିଶାବାସୀ ଏକ ଔପନିବେଶିକ ଶାସନ ମଧ୍ୟରେ ଅଣନିଶ୍ଵାସୀ ହୋଇଯାଉଛନ୍ତି ।WhatsApp Image 2023 04 01 at 20.47.40 କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ସକାଶେ ସ୍ୱର ତୀବ୍ରତର କରିବାକୁ ହେବ

ଠିକ୍ ଯେମିତି ଦିନେ ହୋଇଥିଲେ ଓଡିଶାବାସୀ ଯେତେବେଳେ ସେମାନଙ୍କୁ ବଙ୍ଗାଳି ଲୋକ କହୁଥିଲେ ‘ଉଡିଆ ଏକଟା ଭାଷା ନଏ’ । ଆଜି ସେମିତି କେତେକ ହୀନମନ୍ୟ ବ୍ୟକ୍ତି କହୁଛନ୍ତି କୋଶଲି ଭାଷା ଏକ ସ୍ୱତନ୍ତ୍ର ଭାଷା ନୁହେଁ । ଭାଷାବିଦ୍ ମାନଙ୍କ ମତରେ କୋଶଲି ଏକ ସ୍ୱୟଂ ସଂମ୍ପୁର୍ଣ୍ଣ ସ୍ୱତନ୍ତ୍ର ଭାଷା ଏବଂ ଏହା ଓଡିଆ ଭାଷାଠାରୁ ଅଧିକ ପ୍ରାଚୀନ ଏବଂ ଅଧିକ ବୈଜ୍ଞାନିକ ଓ ଲାଳିତ୍ୟପୂର୍ଣ୍ଣ । ଓଡିଆ ଭାଷାର ଲିପି ଏହି ସୁବର୍ଣ୍ଣପୁର ମାଟିରୁ ୧୨୦୦ ଖ୍ରୀ.ଅ.ରେ ସ୍ତମ୍ଭେଶ୍ଵରୀ ଶିଳାଲେଖା ଭାବେ ଉତ୍କୀର୍ଣ୍ଣ ହୋଇଥିଲା । ଏହାର ସାମ୍ବିଧାନିକ ମାନ୍ୟତା ସକାଶେ ଓଡିଶା ସରକରା ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ପାଖକୁ ବିଧିବଦ୍ଧ ପ୍ରସ୍ତାବ ପଠାଇ ସାରିଛନ୍ତି ଯାହା କେନ୍ଦ୍ର ସରକାରଙ୍କ ଶୀତଳ ଭଣ୍ଡାରରେ ସଢୁଛି ।

କୋଶଲି ଭାଷା ସାମ୍ବିଧାନିକ ମାନ୍ୟତା ପାଇ ନ ଥିବାରୁ ପଶ୍ଚିମ ଓଡିଶାର ଶିଶୁମାନେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ଯେଉଁଥିପାଇଁ ସେମାନଙ୍କ ବୌଦ୍ଧିକ ବିକାଶରେ ବାଧା ଉପୁଜୁଛି । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ମତେ ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯିବ । ସେହି ଦୃଷ୍ଟିରୁ ପଶ୍ଚିମ ଓଡିଶାବାସୀଙ୍କ ମାତୃଭାଷା କୋଶଳି ଭାଷାକୁ ଯଥାଶୀଘ୍ର ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବା ପାଇଁ ଆଜି ଭାଷା ସଂପର୍କିତ ଏକ ସାଧାରଣ ସଭାରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଏ ସଂପର୍କରେ ସ୍ଵମତ ପ୍ରଦାନ କରି ବକ୍ତବ୍ୟ ରଖିଥିଲେ ସମ୍ମାନିତ ଅତିଥି ପ୍ରଫେସର ଶମ୍ଭୁ ଭୂଷଣ ପଣ୍ଡା, ଡ. ଜ୍ୟୋତି ରଂଜନ ବହିଦାର ଓ ଶିକ୍ଷାବିତ ବ୍ରଜମୋହନ ଦାନୀ ।