Advertisements
Monday, June 1, 2020
Home Corona Virus Awereness ବୋରିଗୁମ୍ମାରେ ଲକ୍ ଡାଉନ୍ ସହଜ କରିବା ପାଇଁ ୩ମାସର ଆଗୁଆ ପିଡିଏସ ଚାଉଳ ବଣ୍ଟନ

ବୋରିଗୁମ୍ମାରେ ଲକ୍ ଡାଉନ୍ ସହଜ କରିବା ପାଇଁ ୩ମାସର ଆଗୁଆ ପିଡିଏସ ଚାଉଳ ବଣ୍ଟନ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୨୮/୦୩): କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ଥିବାବେଳେ ବୋରିଗୁମ୍ମା ବ୍ଲକ ହର୍ଦଳୀ ପଞ୍ଚାୟତର ମନହର ଗ୍ରାମ ସମେତ କେତେକ ଗ୍ରାମରେ ଆଗୁଆ ୩ ମାସ ପାଇଁ ପିଡିଏସ ଚାଉଳ ବଣ୍ଟନ କରିବା ଆରମ୍ଭ କରିଛି ପ୍ରଶାସନ ।

ବି.ଡି.ଓ.ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୂର୍ବରୁ ବଣ୍ଟନ କରାଯାଇଥିବା କୁପନ ଅନୁସାରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ହାତ ଧୋଇବାକୁ ପାଣି ଓ ସାବୁନ ଦେବା ସହ ଆଗାମୀ ୩ ମାସର ପିଡିଏସ୍ (୧ ଟଙ୍କା କିଲୋ) ତଥା ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରତି ପିଲା ପ୍ରତି ୧୩ କିଲୋ ୫୦୦ ଗ୍ରାମ୍ ଲେଖାଏଁ ଯୋଗାଇ ଦିଆ ଯାଇଛି ।ତଦାରଖରେ ସହଯୋଗ କରିବା ପାଇଁ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରବି ନନ୍ଦ,ଏବିଇଓ ସୁବାସ ଚନ୍ଦ୍ର ମାଝୀ, ସି.ଆର.ସି.ସି.ହରିହର ଶତପଥି, ପିଇଓ ଜୟରାମ ଜାରସିଂ, ଶିକ୍ଷକ ରଞ୍ଜୀବ ମୁଦୁଲି, ଯୋଗାଣ ସହାୟକ ଗୋପାଳ ଭୁମିଆ, ଅଙ୍ଗନବାଡ଼ି କର୍ମୀ ସନମତି ଭୁମିଅା, ଓ୍ବାର୍ଡ୍ ସଭ୍ୟା ଚମ୍ପା ହରିଜନ, ସରପଞ୍ଚ ଉର୍ମିଲା ଜାନୀ, ସମିତି ସଭ୍ୟା ଧରିତ୍ରୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: