Friday, September 25, 2020
Home Corona Lockdown କୋଭିଦ- ୧୯ କରୋନାର ମୁକାବିଲା ପାଇଁ ଉତ୍କଳ ଆଲୁମିନାର ପ୍ରତିଷେଧମୂଳକ ପଦକ୍ଷେପ

କୋଭିଦ- ୧୯ କରୋନାର ମୁକାବିଲା ପାଇଁ ଉତ୍କଳ ଆଲୁମିନାର ପ୍ରତିଷେଧମୂଳକ ପଦକ୍ଷେପ

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା (୨୮/୦୩): ବିଶ୍ବ ଏବେ ମହାମାରୀ କରୋନା (କୋଭିଡ୍-୧୯) କବଳରେ ଥିବାବେଳେ ସାରା ଭାରତରେ ଲକଡାଉନ ଘୋଷିତ ହୋଇଛି । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ସ୍ଥିତିରେ ଆଦିତ୍ୟ ବିର୍ଲା ଗ୍ରୃପ୍ ର ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ପ୍ରଶାସନ ସହ ହାତ ମିଳାଇ କୋରାନା ବିରୁଦ୍ଧରେ ଲଢିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି ।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଥିବା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍‌, ଦୋରାଗୁଡ଼ା ପକ୍ଷରୁ ସ୍ଥାନୀୟ ସମାଜ ଏବଂ ଜିଲ୍ଲା ପ୍ରଶାସନ ସମନ୍ୱୟରେ କୋଭିଡ-୧୯ ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ପକ୍ଷରୁ ସୂଚୀତ କରାଯାଇଛିକି, ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଜରିଆରେ ସମସ୍ତ ଅଂଶୀଦାରଙ୍କ ସହ ମିଶି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି । ଉତ୍କଳ ଆଲୁମିନା ପରିସରରେ ଥିବା ମେଡିକାଲ୍ କେନ୍ଦ୍ରରେ ଏହି ଲଢ଼େଇ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ପ୍ରସ୍ତୁତି କରାଯାଇଥିବା ଜଣାଯାଇଛି । କାରଖାନା ଭିତରେ ଏବଂ ଆଖପାଖରେ ରହୁଥିବା ଲୋକମାନଙ୍କୁ କୋଭିଡ୍‌-୧୯ ବିଶ୍ୱ ମହାମାରୀରୁ ସୁରକ୍ଷା ପାଇଁ ପ୍ରତିଦିନ କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି । ଏହାସହ କମ୍ପାନୀ ପକ୍ଷରୁ ଆଖପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ବିଷୟରେ ଘୋଷଣା କରିବା, ଲିଫ୍‌ଲେଟ୍ ଓ ମାସ୍କ ବଂଟନ କରିବା ଆଦି ଚାଲିଛି । ବର୍ତମାନ ସୋଡିୟମ ହାଇପୋକ୍ଲୋରାଇଡ୍ ମିଶ୍ରଣକୁ ସିଂଚନ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ କିଛି ଗ୍ରାମରେ ତାହାକୁ କାର୍ଯ୍ୟକାରୀ କରାଯାଇଛି । ୨୦୨୦ ମାର୍ଚ୍ଚ ୨୬ରେ ଟିକିରି ଗ୍ରାମରୁ ଏହି ସିଂଚନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ନୂଆପଡ଼ା ଛକ ଏବଂ ୨୮ରେ କାଶିପୁରରେ ଜାରି ରହିଛି । ଆଗାମୀ ଦିନରେ ଅନ୍ୟ ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟ ହେବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ ।

କମ୍ପାନୀର ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପକୁ ନଜରରେ ରଖି ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ୍ ନାଗେଶ କହିଛନ୍ତି ଯେ, “ସମସ୍ତଙ୍କୁ ସୁରକ୍ଷିତ ରଖିବା ଲାଗି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି ଏବଂ ସେଥିପାଇଁ ପ୍ରତିଦିନ ଆମେ ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ପଦକ୍ଷେପ ନେଉଛୁ । ଏହାଦ୍ବାରା କାରଖାନା ଭିତରେ ଓ ଆଖପାଖରେ ଥିବା ଲୋକମାନଙ୍କ ଯତ୍ନ ନିଆଯିବା ନିଶ୍ଚିତ ହୋଇପାରିବ ଓ ଉପଯୁକ୍ତ ପରିମଳ ବଜାୟ ରହିପାରିବ । ପୁନଶ୍ଚ, ସଂସ୍ଥାଗତ ସଙ୍ଗରୋଧ (କ୍ୱାରାଂଟିନ) ଓ କୋଭିଡ୍‌-୧୯ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଆମର ଉତ୍କଳ ହସ୍ପିଟାଲ୍‌କୁ ନେଇଛି । ଏହି ବିଶ୍ୱ ମହାମାରୀ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବା ପାଇଁ ୟୁଏଆଇଏଲ୍ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛି । କୋଭିଡ୍‌-୧୯ ବିରୋଧରେ ଲଢ଼େଇ ପାଇଁ ଆମେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସମାଜ ସହିତ ମିଳିତ ହୋଇ କାର୍ଯ୍ୟ ଜାରି ରଖିଛୁ ଓ ରଖିବୁ ବୋଲି ଶ୍ରୀ ନାଗେଶ ପ୍ରକାଶ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: