ବେଳବାଞ୍ଜି ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର : ପୋଲିସର ତଦନ୍ତ ଜାରି

0
124
ତଦନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୦୧/୦୪) : ବଲାଙ୍ଗୀର ତୁରେକେଲା ମହନିଲହ ଗାଁ ନିକଟରେ ଥିବା ବେଳବାଞ୍ଜି ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ହୋଇଛି ।

ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ନରକଙ୍କାଳ କାହାର ଓ କେଉଁ ପରିସ୍ଥିତି ରେ ଏଠାକୁ କିଏ ଆଣିଲା ତାହା ଜଣାପଡିନାହିଁ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି । ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡିଛି । ତେବେ ସନ୍ଦେହ ଘେରକୁ ଅନେକ କିଛି କଥା ଆସିଥିବାବେଳେ କିଏ ଏବଂ କେଉଁ ପରିସ୍ଥିତିରେ ଏ ସବୁ ଘଟଣା ଘଟିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।