ଲୁହା କାମ କରୁଥିବା ମଧ୍ୟପ୍ରଦେଶର ଶ୍ରମିକ ପରିବାର ଫସି ରହିଛନ୍ତି, ପୋଲିସ କଲା ସାହାଯ୍ୟ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୨୭/୩): ପେଟ ପୋଷିବା ପାଇଁ କନ୍ଧମାଳ ଜିଲ୍ଲାକୁ ମଧ୍ୟ ପ୍ରଦେଶରୁ ଲୁହା କାମ କରିବାକୁ ଆସିଥିବା ଶ୍ରମିକ ଶ୍ରେଣୀର ପରିବାର ବାଲିଗୁଡା ଥାନା ବାରଖମା ଅଂଚଳରେ ଲକ ଡାଉନ ପରେ କାମ ଅଭାବରେ ଭୋକିଲା ରହିବାକୁ ପଡୁଛି |

କିଛି ବାରଖମା ଲୋକେ ମଧ୍ୟ ସାହାଯ୍ୟ କରିଛନ୍ତି କିନ୍ତୁ ଲକ ଡାଉନର ତିନି ଦିନ ପରେ କାମ ଅଭାବରୁ ଏହି ଶ୍ରମିକ ପରିବାର ବର୍ତମାନ ଚିନ୍ତାରେ ପଡ଼ିଛନ୍ତି | ନା ପାଖରେ ଟଙ୍କା ଅଛି ନା କାମ ଅଛି ଯାହା ଦ୍ଵାରା ଭୋକ ଓପାସରେ କାଲାତିପାତ କରିବାକୁ ପଡୁଛି | ଏମାନଂକ ଗ୍ରାମ ହେଉଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲା ମଇଥାନ | ବାଲିଗୁଡା ଏସଡିପିଓ ମାନସରଞ୍ଜନ ବାରିକ ଖବର ପାଇ ବାରଖମାରେ ପହଂଚି ଏହି ଶ୍ରମିକ ପରିବାର ଛୟାଲିଶ ଜଣଙ୍କୁ ଚୁଡା, ଚିନି, ଵିସକୁଟ, ସାବୁନ, ତେଲ, ପେଷ୍ଟ ଯୋଗାଇ ଦେଇଛନ୍ତି ପୋଲିସ |

ପରେ ସେମାନଙ୍କୁ ନିଜ ଗ୍ରାମକୁ ପହଂଚିବା ପାଇଁ ପରିବାର ଲୋକ ଗୁହାରି କରିଥିଲେ | ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବେହେରା ଓ ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଖାଦ୍ୟଦେଇ କିପରି ଗ୍ରାମକୁ ଯାଇ ପାରିବେ ସେଥିପାଇଁ ଜିଲ୍ଲା ପ୍ରସାଶନକୁ ଜଣାଇ ବ୍ୟବସ୍ତା କରାଯିବ ବୋଲି କହିଛନ୍ତି | କୋରନା ସଂକ୍ରମଣରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଓ ସଫା ସୁତରା ପାଇଁ ସାବୁନରେ କିପରି ହାତ ଧୁଆ ହେବ ସେଥିପାଇଁ ଏହି ପରିବାରଙ୍କୁ ସଚେତନ ମଧ୍ୟ କରିଛି ପୋଲିସ |

Comments are closed.