Friday, March 29, 2024

Top 5 This Week

Related Posts

୪୭୬ ବୋତଲ କଫ ସିରପ ଜବତ,ଜଣେ ଅଭିଯୁକ୍ତ ଫେରାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଖପ୍ରାଖୋଲ, (୩୧/୦୩) : ବଲାଙ୍ଗୀର ଜିଲ୍ଲାରେ କଫ ସିରଫ କାରବାର ବନ୍ଦ ନେଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଆସୁଛି । ସେହିପରି ଖପ୍ରାଖୋଲ ଅଞ୍ଚଳ ରେ ପୋଲିସ ୪୭୬ ବୋତଲ ଏସକଫ କଫ ସିରଫ ଜବତ କରି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଗାଁ ଭଟଲିର ରଶ୍ମିରଞ୍ଜନ ବରିହା, ରମେଶ ବାରା ଏବଂ ଲୁହାସିଂହା ଗ୍ରାମର ଶେଷ ସେ ଗୁଠ୍ । ଏମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪୭୬ ବୋତଲ କଫ ସିରପ ସହ ଗୋଟିଏ ବାଇକ୍‌ ନଂ ଓଡି ୦୩ ୱାଇ ୪୯୫୬, ନଗଦ ୭୨୦୦ ଟଙ୍କା ଜବତ କରିଥିବା ବେଳେ ମୁଖ୍ୟ ଆସାମୀ ଲୁହାସିଂହା ଗ୍ରାମର ସୁନୀଲ ପୁଟେଲ ଫେରାର ଅଛି ବୋଲି ପୋଲିସ ସୂଚନା ଦେଇଛି । ଏ ନେଇ ଖପ୍ରାଖୋଲ ଥାନା କେସ ନମ୍ବର ୪୨/୨୩ରେ ୨୭୪, ୨୭୫, ୨୭୬ ଓ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେସ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।

Popular Articles