Friday, March 29, 2024

Top 5 This Week

Related Posts

କିନ୍ନର ଓ ଟ୍ରାନ୍ସଜେଣ୍ଡର ଦିବସ ପାଳିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୩୧/୦୩) : ମାର୍ଚ୍ଚ ୩୧ ତାରିଖ କୁ ସାରା ବିଶ୍ୱ ରେ ଟ୍ରାନ୍ସଜେଣ୍ଡର ମାନଙ୍କୁ ସମ୍ମାନ ପୂର୍ବକ ଟ୍ରାନ୍ସଜେଣ୍ଡର ଡେ ବା କିନ୍ନର ଦିବସ ଭାବେ ପାଳିତ ହୋଇ ଆସୁଛି ।

ଏ ନେଇ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ର ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ସଖା ସ୍ୱେଚ୍ଛାସେବୀ ସଂଗଠନ ଜରିଆ ରେ ବଲାଙ୍ଗୀର ସ୍ଥାନୀୟ ଯାଦବ ଭବନ ଠାରେ ଅନେକ ସଂଖ୍ୟା ରେ କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କୁ ନେଇ ଏହି ଦିବସ ପାଳନ ହୋଇଛି । କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ ନବ କିଶୋର ସାହୁ, ସାମ୍ବାଦିକ ଗୋପାଳ ପ୍ରଧାନ, ଯୁବ ସାମଜସେବୀ ସୋମନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମୀରା ପରିଡା ଓ ସମାଜସେବୀ ସିଲଭର ଗାନ୍ଧୀ ସାଇ ସଂଯୋଜନା କରିଥିଲେ । ସେଠାରେ ଟ୍ରାନ୍ସଜେଣ୍ଡର ଏବଂ କିନ୍ନର ମାନଙ୍କ ପାଇଁ ବିଭିନ୍ନ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ସହ କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଶଯ୍ୟା ସଂରକ୍ଷଣ ଓ ବଲାଙ୍ଗୀର ପୌରାଞ୍ଚଳ ରେ ବିଭିନ୍ନ ପ୍ରକାର ସହଯୋଗ ଯୋଗେଇ ଦେବାପାଇଁ ଅତିଥି ମାନଙ୍କୁ ଅନୁରୋଧ କରାଯାଇଥିଲା । ପରିଶେଷରେ ସମାଜସେବୀ ମୀରା ପରିଡା କୃତଜ୍ଞତା ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।

Popular Articles