Friday, March 29, 2024

Top 5 This Week

Related Posts

ଦୁଇ ଜଣ ଅମାନିଆ ନାବାଳକ ଗାଡି ଚାଳକଙ୍କ ଠାରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୦୩) : ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ସ୍କୁଲ ଓ କଲେଜ ପିଲାମାନେ ଗାଡି ଚଲାଉଥିବା ବେଳେ ୨ ଜଣ ନାବାଳକ ଗାଡି ଚାଳକଙ୍କ (ଜଣେ ବିନିକା ଏବଂ ଜଣେ ସୋନପୁର) ଠାରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ।

ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ପ୍ରତ୍ୟକଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତତ୍ପରେ ସେମାନଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଧ କରାଯାଇଥିବା ସୂଚନା ମିଳିଛି ।

Popular Articles