୧୯୨୦ ବୋତଲ କଫ ସିରଫ ସହ ବ୍ୟବହୃତ ଦୁଇ ଗାଡି ଜବତ : ୫ ଅଭିଯୁକ୍ତ ଗିରଫ

0
146
୧୯୨୦

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୦୩) : ସୋନପୁର – ବଲାଙ୍ଗୀର ରାସ୍ତାରେ ଆସୁଥିବା ପିକଅପ ବୋଲେରୋ ଓ କାର ରୁ ଖାରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରୁ ୧୯୨୦ ବୋତଲ କଫ ସିରଫ ତରଭା ପୁଲିସ ଜବତ କରିଥିବା ଜଣାପଡିଛି ।WhatsApp Image 2023 03 31 at 17.44.23 ୧୯୨୦ ବୋତଲ କଫ ସିରଫ ସହ ବ୍ୟବହୃତ ଦୁଇ ଗାଡି ଜବତ : ୫ ଅଭିଯୁକ୍ତ ଗିରଫ

୧୯୨୦ ବୋତଲ ESCUFF କଫ ସିରଫ, ୫ ଟି ମୋବାଇଲ ସେଟ, ଏକ ପିକ ଅପ ବୋଲେରୋ ଓ ଏକ ହୁଣ୍ଡାଇ EON କାର ଜବତ କରାଯାଇଛି । ଘଟଣା ସମ୍ପର୍କରେ ତରଭା ଥାନା ର ଏସ ଆଇ ଆରତୀ କହଁରଙ୍କ ଅଭିଯୋଗ କ୍ରମେ ଥାନା କେ୍ସ ନମ୍ବର ୬୫ ତା.୩୧/୦୩ /୨୩ U /-୨୧( b)/29 NDPS Act ଅନୁଯାୟୀ ମୋକଦ୍ଦମା ରୁଜ୍ଜୁ କରିଛି । ଏହି ଘଟଣାରେ ବ୍ୟବହୃତ ହୋଇଥିବା ପିକ ଅପ ବୋଲେରୋ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ OD -02-BN 9212 ଓ ହୁଣ୍ଡାଇ EON କାର ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ OD -03-B-2255 ।

ଏହି ଘଟଣା ରେ ସମ୍ପୃକ୍ତ ଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଲାଡି ଗ୍ରାମର ଦେବେନ୍ଦ୍ର ପାତ୍ର (୨୬), ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ପ୍ରଶାନ୍ତ ନାୟକ (୨୬), ନୟାଗଡ଼ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡା ଗ୍ରାମର ସୁଶାନ୍ତ ସେଠୀ (୩୨), ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଗଣ୍ଡପତରାପାଲି (ଡ଼ୁମାଲପଡା) ର ସୁଶାନ୍ତ ଡାଙ୍ଗ (୨୩) ଓ ବଲାଙ୍ଗୀର ଜିଲ୍ଲାସଇଁତଲା ଥାନା ଅନ୍ତର୍ଗତ କୁଇକେଡ଼ା (ରେଙ୍ଗାଲି) ଗ୍ରାମର ଦେବାଶିଷ ଛତ୍ରିଆ (୨୪) ଙ୍କୁ ତରଭା ପୋଲିସ ଗିରଫ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀ ରେ ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ତରଭା ଥାନା ଆଇ ଆଇ ସି ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।