ବରୀରେ କରୋନାକୁ ନେଇ ଭିଡିଓ କନ୍ଫରେନସ୍ ଜରିଆରେ ଆଲୋଚନା

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର(୨୬/୦୩): ଯାଜପୁର ଜିଲ୍ଲା ବରୀ ବ୍ଲକ ପରିସର ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ କରୋନା ସମ୍ପକିର୍ତ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ଚକ୍ର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ମହାମାରୀ କରୋନାର ଭୟାବହତା ଦୃଷ୍ଟିରୁ ବିଭିନ୍ନ ହାଟ ବଜାରରେ ଯେପରି ଭିଡ ନ ରୁହେ ସମସ୍ତେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ଯେଉଁଠି କୌଣସି ବ୍ୟକ୍ତି ଠାରେ କରୋନାର ଲକ୍ଷଣ ଦେଖା ଯାଉଛି ତାକୁ ତୁରନ୍ତ ହୋମ୍ କରେଣ୍ଟାଇନରେ ରଖିବା ସହ ଉକ୍ତ ବ୍ୟକ୍ତି ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ଜିଲ୍ଳା ମଧ୍ୟରେ ଜରୁରୀ ସେବାରେ ଯାଉଥିବା ଯାନବାହାନ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ସହ କେଉଁ ମାନଙ୍କୁ ଛଡା ଯିବ ଓ କେଉଁ ମାନଙ୍କୁ ଛଡା ଯିବ ନାହିଁ ତାହାର୍ ସୂଚନା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଜଣାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ ।

ସେହିପରି ବିଭିନ୍ନ ବ୍ଲକରେ ଥିବା ଜନଗହଳି ପୂର୍ଣ୍ଣ ହାଟ ଗୁଡିକୁ ସୁବିଧା ଅନୁସାରେ ସ୍ଥାନାନ୍ତର କରିବା ପାଇଁ ବି ଡି ଓ ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଆଲୋଚାନା ଚକ୍ରରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବରୀ ଭାରପ୍ରାପ୍ତ ବିଡିଓ ସାଶ୍ୱତ କୁମାର ଜେନା, ତହସିଲଦାର ସରୋଜ କାନ୍ତ ନାୟକ, ବରୀ ଥାନା ଅଧିକାରୀ ଆଇଆଇସି ମାର୍କଣ୍ଡ ମିଶ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.