Friday, March 29, 2024

Top 5 This Week

Related Posts

ଅପହରଣ ପରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଡ଼ିକରି ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡ଼ା, (୩୧/୦୩) : ଅପହରଣ ପରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଡ଼ିକରି ହତ୍ୟା । ଝାରସୁଗୁଡା ଜିଲ୍ଲାରେ ଆଇନଶୃଙ୍ଖଳା ଯେପରି ଭୁଶୁଡ଼ି ପଡ଼ିଛି । ନିକଟରେ ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ନବଙ୍କ ହତ୍ୟାକୁ ୨ମାସ ନପୂରୁଣୁ ଝାରସୁଗୁଡ଼ାରେ ଆଉ ଏକ ନୃଶଂସ ହତ୍ୟା କରାଯାଇଛି । ତାହାପୁଣି ଜଣେ ନିରୀହ ଛାତ୍ରଙ୍କୁ । ଆଜିର ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଝାରସୁଗୁଡା ସହରରୁ ଅପହରଣ ପରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭେଡେନ ଥାନା ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ । କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ପାଖରୁ ମୃତଦେହ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି ସ୍ମିତ ପାରମାର । ପୋଲିସ ଏ ନେଇ ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି ।

ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି । ଆଜି ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ନିକଟରୁ ସମର୍ଥଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଛି । ତେବେ ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇ-ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିବା ଜଣାପଡିଛି । ମୃତଦେହଟି ସଂପୂର୍ଣ୍ଣ ଜଳି ପାରିନଥିଲା । ହତ୍ୟାକାରୀ ମାନେ ଦରପୋଡା ଅବସ୍ଥାରେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଳାଷ୍ଟିକ ଜାର ଜବତ କରିଛି । ତେବେ ଅପହରଣ ପଛର ସଠିକ୍ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସୂଚନା ଥାଉ କି, ଝାରସୁଗୁଡା ସହରର ସରବାହାଲର ଏକ ଅପାର୍ଟମେଣ୍ଟରୁ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥକୁ ୨୬ ତାରିଖରେ ଅପହରଣ ପରେ ସମର୍ଥଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ । ତାପରେ ୨୭ ତାରିଖ ରାତି କିମ୍ବା ୨୮ ତାରିଖ ସକାଳୁ ସମର୍ଥଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁନିତ ଅଗ୍ରୱାଲଙ୍କ ୧୪ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲ ୨୭ ତାରିଖରୁ ସୁନିତ କହିଛନ୍ତି ପୁଅର ଫୋନରୁ ଏକ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ ପାଇଥିଲେ । ୫୦ ଲକ୍ଷ ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ । ଅପରାହ୍ନ ୪ ଟାରୁ ସମର୍ଥକ ଘରୁ ଇଲେକ୍ଟ୍ରିକ ସ୍କୁଟି ଧରି ବାହାରିଥିଲେ ସେବେଠୁ ଆଉ ଘରକୁ ଫେରି ନ ଥିଲେ ।

Popular Articles