ବାଲିଗୁଡାର ଉପାନ୍ତ ଗାଁରେ କରୋନା ପାଇଁ ସଚେତନ କଲା ପୋଲିସ ପ୍ରଶାସନ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୨୬/୩): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲ ଓ ଲଣ୍ଡାଗାଁ ଗ୍ରାମପଞ୍ଚାୟତର ଦୁର୍ଗମ ଗାଁ ଗୁଡିକରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଂଜନ ବାରିକଙ୍କ ନେତୃତ୍ବରେ ଥାନା ଅଧିକାରୀ ପ୍ରଶାନ୍ତ ବେହେରାଙ୍କ ସମେତ ସଦଳବଳେ ଉପାନ୍ତ ଖମଣଖୋଲ ଓ ଲଣ୍ଡାଗାଁ ଗ୍ରାମପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ କରୋନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ ।

ସ୍ବଚ୍ଛତା କିଭଳି ରହିବେ ହାତ କିଭଳି ଧୋଇବେ ସାମାଜିକ ଦୂରତା ଅବଲମ୍ବନ କରି ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ । ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କାହା ସହିତ ମିଳାମିଶା ନ କରି ଏକାନ୍ତ ରହିବାକୁ କହିଥିଲେ । ଉପାନ୍ତ ଅଞ୍ଚଳରେ ପୋଲିସ ପ୍ରଶାସନର ଏହିଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

Leave a Reply

This site uses Akismet to reduce spam. Learn how your comment data is processed.