Friday, March 29, 2024

Top 5 This Week

Related Posts

ପ୍ରତିଶୃତି ଦେଇ କଥା ରଖିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୩୧/୦୩) : ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାସWhatsApp Image 2023 03 31 at 11.08.27 ପ୍ରତିଶୃତି ଦେଇ କଥା ରଖିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡ଼ା ପଞ୍ଚାୟତର ଗଗନମତି ଗ୍ରାମରୁ ଆସିଛି ଏହି ଭଳି ଖବର । ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଗଗନମତି ଗ୍ରାମରେ ପାନୀୟ ଜଳ ସଂକଟ ଲାଗିରହିଥିଲା । ଗାଁ’ରେ ବିଶୁଦ୍ଧ ପାନୀୟ ଜଳର କୌଣସି ଉତ୍ସ ନଥିବାରୁ ଲୋକମାନେ ବିଲ ଓ ଚୁଆରୁ ମଇଳା ପାଣି ସଂଗ୍ରହ କରି ବ୍ୟବହାର କରୁଥିଲେ । ଫଳରେ କିଛିଦିନ ପୂର୍ବେ ଗ୍ରାମବାସୀ ସୁଧୀର କୁମାର ଦାସଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏହା ଜାଣିବା ପରେ ସୁଧୀର ଦାସ ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଆଉ ଧାର୍ଯ୍ୟ ଅବଧି ମଧ୍ୟରେ ଗାଁ’ରେ ଏକ ନଳକୂପ ଖୋଳାଇ ନିଜ ପ୍ରତିଶୃତି ପୂରଣ କରିଛନ୍ତି ଏହି ଲୋକପ୍ରିୟ ଜନ ପ୍ରତିନିଧି । ସୁଧୀର ଦାସଙ୍କ ସହାୟତାରେ ଗାଁ’ରେ ଏକ ନଳକୂପ ଖନନ ହୋଇଛି । ଆଉ ଏହି ମହତ କାର୍ଯ୍ୟପାଇଁ ଗଗନମତି ଗ୍ରାମବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଖରା ଦିନରେ ଜଳ କଷ୍ଟରୁ ମୁକ୍ତି ମିଳିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ବିଷମକଟକ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମେଶ ପାଲାକା, ପୂର୍ବତନ ସରପଞ୍ଚ ଜୟରାମ କାଡ୍ରାକା, ସମାଜସେବୀ ଅଶୋକ ପାଡ଼ି, ବିଜେଡି ଯୁବନେତା ସୁରେନ୍ଦ୍ର ମାଣ୍ଡିକାଙ୍କୁ ମଧ୍ୟ ଗଗନମତି ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ଦାସଙ୍କ ଏହିଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

Popular Articles