Thursday, March 28, 2024

Top 5 This Week

Related Posts

ଦେବଗିରି କୁଣ୍ଡ ସଫେଇ କଲେ ପ୍ରଶାସନ ଓ କମିଟି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩୧/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ଐତିହାସିକ ପ୍ରସିଦ୍ଧ ଶୈବପୀଠ ରେ ଦେବଗିରି କୁଣ୍ଡ ରେ ଯୁକ୍ତ ତିନି ପଡୁଥିବା ଛାତ୍ରୀ ପଡି ମରିଥିବା କୁଣ୍ଡକୁ ଆଜି ପ୍ରଶାସନ ପକ୍ଷରୁ ସଫେଇ କରୁଥିବା ଦେଖିବାକୁ ମିଳିଛି ।

ଦେବଗିରି କୁଣ୍ଡ ର ପାଣି ପୂଜକ ନେଇ ଶିବଙ୍କ ନୀତିକାନ୍ତି କରିଆସୁଥିଲେ ଉକ୍ତ କୁଣ୍ଡରେ ଦେବଗିରି ମହାବିଦ୍ୟାଳୟରେ ଯୁକ୍ତ ତିନି ର ପ୍ରଥମ ବର୍ଷର ଛାତ୍ରୀ ପରୀକ୍ଷା ଭଲ ହୋଇନାହିଁ ବୋଲି ନିଜ ଦାଦାଙ୍କ ଭଉଣୀ ମାନଙ୍କୁ କହିବା ସହ ଘରକୁ ମୋବାଇଲ ରେ ମେସେଜ ଜଣାଇ ୨୩ ତାରିଖ ଗୁରୁବାର ଦିନ ଦେବଗିରି ଚଡି କୁଣ୍ଡରେ ପଡି ମୃତ୍ୟୁ ବରଣ କରିଥିଲା । ଯାହା ଫଳରେ ପ୍ରମୁଖ ଦେବଗିରି ପାହାଡ ପୋଖରୀ ପାଣିରେ ଦେବଗିରି ଜୁନିୟର କଲେଜ ର ଛାତ୍ରୀ ମୃତ୍ୟୁ ପରେ ସେ ପାଣି ଅପବିତ୍ର ହୋଇଥିଲା । ସେଥିରେ ମଟର ଲଗାଇ ପାଣି ବାହାର କରି ସଫା କରାଯାଇଛି ପରବର୍ତ୍ତୀ ସମୟରେ ପୂଜାପାଠ କରାଯାଇ ସେହି କୁଣ୍ଡକୁ ସିଦ୍ଧି କରାଯିବ ବୋଲି ବିଡ଼ିଓ ସୁନୀଲ ଖରା ଓ କ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ କହିଛନ୍ତି । ଏହି ସମୟରେ ଦେବଗିରି ମୁଖ୍ୟ ପୂଜକ ଗଙ୍ଗା ପୂଜାରୀ, ବିଡିଓ ସୁନୀଲ ଖରା, ଜିଲ୍ଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ, ତିମିୟା ପଟ୍ଟନାୟକ, ପୁର୍ବତ୍ତନ ସରପଞ୍ଚ, ତାଡିଙ୍ଗି ନାଗା, ପୁର୍ବତ୍ତନ ସମିତି ସଭ୍ୟା ଭୀମ ସେନ ବାଗ, ପ୍ରମୁଖ ଉପସ୍ଥିତ ରହିଥିଲେ ।

Popular Articles