ଚୈତରାଇ ଘଣ୍ଟପର୍ବ ଅନୁଷ୍ଠିତ

0
249
ଚୈତରାଇ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩୦/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ର ପଡେଇକାନି ଗାଁ’ଠାରେ ଚୈତରାଇ ଘଣ୍ଟ ପର୍ବ ଏକ ଘଣ୍ଟା ପାଇଁ ବିରାଜ ମାନ ହୋଇଥିଲା ।

ଏ ଅବସରରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରେ ସୋମବାର ରାତ୍ରୀ ୯ଘଣ୍ଟା ସମୟରେ ମାଙ୍କ ପୀଠ ରେ ପୂଜାର୍ଚ୍ଚନା କରାଯାଇଛି । ମା’ଙ୍କ ପାଦ ବେହେରା ସାହିରେ ଥିବା ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥାଏ । ମା’ଙ୍କ ପାଦ ଆଣିବା ବେଳେ ବାଦ୍ୟ, ଶଙ୍ଖ, ହୁଳହୁଳି, ବାଣଫୁଟାଇ ମା’ଙ୍କ ପାଖରେ ମାନସିକ କରିଥିବା ଲୋକମାନେ ରାସ୍ତାରେ ଲୁଗା ପାରି ବା ବିଛାଇ ପାଛୋଟି ନାଚିନାଚି ଆଣିଥାନ୍ତି । ଏହି ଘଟପର୍ବ ଆଜି ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିବ । ଉକ୍ତ ଘଟକୁ ପାଟହାଣ୍ଡି ଓ ଚାଙ୍ଗୁଡ଼ି କୁ ପୂଜକ ମାନେ ଧରି ବ୍ଲକର ୧୪ ଟି ପଞ୍ଚାୟତ ରେ ଥିବା ପ୍ରତ୍ୟେକ ଗ୍ରାମର ଏକ ଅସ୍ଥାୟୀ ମଣ୍ଡପକୁ ନେଇ ଘଣ୍ଟକୁ ବିରାଜ ମାନ କଲେ ସେହି ଗାଁ’ର ବା ଅଞ୍ଚଳର ଲୋକମାନେ ରୀତିନୀତି ଅନୁଯାୟୀ ପୂଜାପାଠ କରିଥାନ୍ତି । ପ୍ରଥମ ଦିନ ମା’ଙ୍କ ଚୈତରାଇ ଘଣ୍ଟ ପ୍ରଥମେ ମନ୍ଦିର ପରିଛା ଙ୍କ ଘରୁ ପୂଜାପାଇବା ପରେ ହିଁ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରତ୍ୟେକ ଘର ଘର ବୁଲି ମାଆ ପୂଜାପାଇଥାନ୍ତି । ମଙ୍ଗଳବାର ଠାରୁ ଘଣ୍ଟ ବ୍ଲକର ପ୍ରତ୍ୟେକ ଗାଁ ଗାଁ ଦିନରେ ବୁଲିବା ପରେ ରାତ୍ର ନିଜ ମଣ୍ଡପକୁ ଫେରି ଆସିଥାନ୍ତି । ଏହି ପର୍ବ ଗ୍ରାମର ମଙ୍ଗଳ, ବନ୍ୟା ପରିସ୍ଥିତି ସୁରକ୍ଷା, ମରୁଡ଼ିରକ୍ଷା କରିବା, ଗାଁ କୁ ଘଣ୍ଟ ଘୋଡାଇ ରଖିବା ପାଇଁ ପୂଜାପାଠ କରିଥାନ୍ତି । ୯ଦିନ ପରେ ମା’ଙ୍କୁ ଶୀତଳ ଭୋଗ ଦେଇ ଉଦଯାପିନ କରାଯିବ । ଏହି ଘଣ୍ଟ ଯାତ୍ରାକୁ ଗ୍ରାମର ବୟଜ୍ୟେଷ୍ଠ, ବୁଦ୍ଧିଜୀବୀ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି ।