ଶ୍ରୀ ରାମ ନବମୀ ପାଳିନ ସହ ଭକ୍ତଙ୍କ ଶୋଭାଯାତ୍ରା

0
190
ଶ୍ରୀ ରାମ ନବମୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩୦/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ଶ୍ରୀରାମ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀ ରାମ ନବମୀ ପାଳନ କରାଯାଇଛି ।

ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି । ସକାଳୁ ବହୁ ଭକ୍ତ ମାନେ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିର ରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ସେହି ପରି ସ୍ଥାନୀୟ ସିଆରପିଏଫ କେମ୍ପରେ ମଧ୍ୟ ଶ୍ରୀ ରାମ ନବମୀ ପାଳନ କରାଯାଇଛି । ଆଜି ଭକ୍ତମାନେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟରେ ଏକତ୍ରିତ ହୋଇ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ରେ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ଗୁଣ୍ଡିଚା ମନ୍ଦିର ରେ ପହଁଞ୍ଚି ହନୁମାନ ଚାଳିଶା, ରାମ ନାମ ଯଜ୍ଞ କରିବା ପରେ ପ୍ରସାଦ ସେବନ କରିଥିଲେ । ଏହିଠାରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ଭଜନ ସମାରୋହକରାଯିବ ବୋଲି ଜଣାପଡିଛି ।