ବାଲିଗୁଡାରେ ଲକଡାଉନ ପରେ କଳା ବଜାର ଯୋଗୁଁ ମୂଲ୍ୟବୃଦ୍ଧି, ଖାଉଟି ହନ୍ତସନ୍ତ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୨୫ /୩): ସାରା ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ଏହାର ମୁକାବିଲା ପାଇଁ ଭାରତର ପ୍ରଧାନମନ୍ତୀ ମଙ୍ଗଳବାର ମଧ୍ୟ ରାତ୍ରରୁ ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି ।

ଓଡିଶାର ମୂଖ୍ୟମନ୍ତୀ ନବିନ ପଟ୍ଟନାୟକ ମଧ୍ୟ ଏହାକୁ ସମର୍ଥନ ଜଣାଇ ତିରିଶି ଜିଲ୍ଲାରେ ଲକ ଡାଉନ କରାଯାଇଛି।ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର କଡା ଆଭିମୂଖ୍ୟ ଗ୍ରହଣ କରାଯାଇଛି।ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ପୋଲିସ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ପଦାକୁ ନ ବାହାରିବାକୁ ସଚେତନ କରାଯାଇଛି।ଅତ୍ୟାବଶ୍ୟକ ସାମଗ୍ରୀ ରାସନ ପରିବାର ମେଡିସିନ ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବାଲିଗୁଡାରେ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଚିନି ଓ ଆଳୁର ଦର ଦୁଇ ଦିନ ଭିତରେ ଦୁଇଟଙ୍କା ବୃଦ୍ଧି ପାଇଛି ଆଳୁ ପକେଟ ପିଚ୍ଛା ଦୁଇଶହ ଟଙ୍କା ବୃଦ୍ଧି ପାଇଛି ।

ବେପାରୀ ଜାଣିଶୁଣି କୁତ୍ରିମ ଅଭାବ ସୃଷ୍ଟିକରି ଖାଉଟି ମାନଙ୍କ ଠାରୁ ଲୁଟୁଥିବା ବେଳେ ଖାଉଟି ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।ଦୁଇଦିନ ଭିତରେ ମୂଲ୍ୟବୃଦ୍ଧି ହେଲେ ଆଗକୁ ଖାଉଟି ଉପରେ ମାଡ ହେବ ବିଶେଷ କରି ଶ୍ରମଜିବୀ ଓ ଗରୀବ ଶ୍ରେଣୀର ଲୋକ ବାଲିଗୁଡାରେ ବାସ କରୁଥିବାରୁ ବହୁତ ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି।ବ୍ୟବସାୟୀ ଖାଉଟି ସାମଗ୍ରୀ କଳାବଜାର କଲେ ସାତବର୍ଷ ସଶ୍ରମ କାରାଦଣ୍ଡ ବ୍ୟବସ୍ଥା ରହିଥିବା ବେଳେ ବ୍ୟବସାୟୀ ଏହାକୁ ଆଦୈ ଭ୍ରୁକ୍ଷେପ କରୁନାହାନ୍ତି।ଏନେଇ ବାଲିଗୁଡା ଯୋଗାଣ ଅଧିକାରୀ ସୂର୍ଯ୍ୟ ନରାୟଣ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ପରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

Leave a Reply

This site uses Akismet to reduce spam. Learn how your comment data is processed.