କେରଳରେ ଫଷି ରହିଛନ୍ତି ଓଡ଼ିଆ

ରିପୋର୍ଟ: ଜଗଦୀଶ ଦାସ //
କନ୍ଧମାଳ(୨୫/୦୩): କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ କୋରନା ସାଜିଲା କାଳ । ଅଗାଳିଲେ ଫେରିବା ବାଟକୁ । କେରଳ ଏରନାକୁଲମ ଟାଉନ୍ ଅନ୍ତର୍ଗତ ନେଟୁର ପାଲିରେ ଗଂଜାମ ଓ କନ୍ଧମାଳ ଜିଲ୍ଲାର କୁଲିମଯୁରିଆ ଯୁବକମାନେ ଆଜକୁ ପ୍ରାୟ ୮ମାସ ହେଲା ନିଜନିଜର ପରିବାର ଚଳାଇବା ପାଇଁ ଯାଇଥିଲେ ଓ କେରଳ ଓ ନେଟୁରୁପାଲିରେ ୩୦୦ରୁ ଅଧିକ ଲୋକ ଘରଭଡ଼ାରେ କୁଲି କାମ କରିଥିଲେ ।

କୋରନା ସଂକ୍ରମଣ ଡରି ଘରକୁ ଯିବାପାଇଁ ୧ମାସ ପୁର୍ବରୁ କେତେକ ଲୋକ ଟିକେଟ ବୁକ୍ କରିଥିଲେ ଓ ବାକି ଲୋକ ଚାଲୁ ବଗିରେ ବାହାରିଥିଲେ । ଜନତା କର୍ଫ୍ୟୁ ଯୋଗୁଁ ରେଳ ଚଳାଚଳ ଠପ୍ ହୋଇପଡିଥିବାରୁ ଟିକେଟ ଫେରସ୍ତ କରିଥିଲେ ଓ ମଂଗଳ ବାର ଦିନ ଯିବାକୁ ବାହାରି ଥିଲେ | ସେମାନଙ୍କୁ ଘର ବାଲା ଘରୁ ବାହାର କରି ଦେଇଛି ଓ ଖାଇବା ପାଇଁ ପଇସା ମଧ୍ୟ ସେମାନଙ୍କ ପାଖରେ ନାହିଁ । କୋରନା ସଂକ୍ରମଣ ଯୋଗୁ ଲୋକମାନେ ଓଡ଼ିଶା ସରକାରଙ୍କ ପାଖରେ ହାତ ଯୋଡ଼ି ଆପିଲ କରିଛନ୍ତି | ନବିନ ବାବୁ ଆମକୁ ଏଇଠୁ ଉଦ୍ଧାର କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । କନ୍ଧମାଳରୁ ଶଙ୍କର ନାୟକ ଆମକୁ ଫୋନ୍ କରି କହିଲେ ।

Leave a Reply

This site uses Akismet to reduce spam. Learn how your comment data is processed.