ଜି.ଉଦୟଗିରି ଲକ୍ ଡାଉନ, ଘର ଭିତରେ ରହିବାକୁ ପୋଲିସର ଘନଘନ ପ୍ରଚାର

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୨୫/୦୩): କରୋନା ମୁକାବିଲା ପାଇଂ ରାତି ୧୨ ଘଣ୍ଟାଠାରୁ ସାରା ଦେଶରେ ଲକ୍ ଡାଉନ ଆରମ୍ଭ ହୋଇଯାଇଛି । ଏହା ଜି.ଉଦୟଗିରିରେ ମଧ୍ୟ ଦେଖିବାକୁ ମିଳିଥିବାବେଳେ କରୋନା ପ୍ରଭାବରୁ ନିସ୍ତାର ପାଇବା ସକାଶେ ଜି.ଉଦୟଗିରି ପ୍ରସାସନ ଆଗରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରିସାରିଥିବା ସହ ଲୋକଙ୍କୁମଧ୍ୟ ସଚେତନ କରିଥିଲେ।

ଆଜିଠାରୁ ସକାଳ ୦୭ ଘଣ୍ଟାଠାରୁ ଦିନ ୧୧ ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ତେଜରାତି,ପନିପରିବା,କ୍ଷୀର ଆଦି ଦୋକାନ ଖୋଲା ରହିବାକୁ ସ୍ଥାନିୟ ପୋଲିସ ପ୍ରଶାସନ ସୁଚିତ କରିଦେଇଛି।ସ୍ଥାନିୟ ପୁଲିସ ସହରକୁ ଚାରିପଟୁ ନାକାବନ୍ଦି କରିବାସହ ଗାନ୍ଧି ଛକଠାରେ ଦୁଇ ଚକିଆ ଯାନ ଚାଳକକୁ ଚାଲାଚାଲି ଆାସି ଜିନିଷ ନେବାକୁ ସତର୍କ କରାଇ ଦେଇଥିଲେ।ଆଜି ସ୍କୁଲ ପିଲାଙ୍କ ହଷ୍ଟେଲ ବନ୍ଦ ହେଉଥିବାରୁ ପିଲାଙ୍କୁ ନେଇ ଆସୁଥିବା ଗାଡିକୁ ଯାଞ୍ଚ କରି ସୁରକ୍ଷିତ ଭାବେ ପିଲାଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସ୍ଥାନିୟ ପୋଲିସ ଚାଳକକୁ ପରାମର୍ଶ ଦେଇଥିଲେ। ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପଜିଲ୍ଲାପାଳ ତଥା ସ୍ଥାନିୟ ବିଡିଓ ଶାନ୍ତନୁ କୁମାର ନାୟକଙ୍କୁ ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ବ ପ୍ରଦାନ କରାଯାଇଥିବାରୁ ସେ ନିଜେ ଜି.ଉଦୟଗିରି ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ଘରୁ ବାହରକୁ ନ ବାହାରିବାକୁ ଲୋକଙ୍କୁ ସଚେତନ କରୁଛନ୍ତି।ଠିକ ସେମିତି ଜି.ଉଦୟଗିରି ତହସିଲଦାର ବିଚିତ୍ରାନନ୍ଦ ନାୟକ ମଧ୍ୟ ସହର ସାରା ପଇଁତରା ମାରି ଲୋକଙ୍କୁ ସଚେତନ କରିବାସହ ଟିକିନିଖ ପରଖୁଥିବା ଦେଖିବାକୁ ମିଳିଛି।

ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ଜୟକୃଷ୍ଣ ବେହେରା,ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା,ଏସଆଇ କୌଶଲ୍ୟା ବେହେରା,ଏଏସଆଇ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ସହରର ସାହି,ଗଳି,କନ୍ଦି ବୁଲି ଘରୁ ବାହାରକୁ ନ ବାହାରି ଘର ଭିତରେ ରହିବା ପାଇଂ ଲୋକଙ୍କୁ ସଚତନ କରୁଥିବା ଦେଖିବାକୁ ମିଳିଥିଲା । ଆଜି ଦିନ ୧୧ ଘଣ୍ଟାରେ ଦୋକାନ ବଜାର ବନ୍ଦ ହେବା ସହ ରାସ୍ତା ଘାଟ ଶୁନଶାନ । ସେଇ ପରି ରାଇକିଆ ଥାନା ଅଧିକାରୀ ମଧ୍ୟ ଘନ୍ ଘନ ପ୍ରଚାର କରୁଥିବା ବେଳେ ସବୁ ଜାଗା ରେ ବନ୍ଦ୍ ହୋଇ ରହିଛି।

Leave a Reply

This site uses Akismet to reduce spam. Learn how your comment data is processed.