କୋଲାବ ଜଳଭଣ୍ଡାର ରୁ ପୋଷ୍ଟମାଷ୍ଟର ଙ୍କ ମୃତ ଦେହ ଉଦ୍ଧାର

0
88
ମୃତ

WhatsApp Image 2023 03 30 at 06.29.00 କୋଲାବ ଜଳଭଣ୍ଡାର ରୁ ପୋଷ୍ଟମାଷ୍ଟର ଙ୍କ ମୃତ ଦେହ ଉଦ୍ଧାରରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩୦/୦୩) : ମୃତ ମହିଳା ଙ୍କ ନାମ ପ୍ରିୟଙ୍କା ପ୍ରହରାଜ ସେ ଟିକରପଡା ପଞ୍ଚାୟତ ର ପୋଷ୍ଟମାଷ୍ଟର ଥିଲେ । ଘରେ ମାଁ ଙ୍କ ନିକଟରେ ମୋବାଇଲ ଛାଡି ଟିକେ ବାହାରକୁ ଯାଇ ଆସିବି କହି ପ୍ରିୟଙ୍କା ଘରୁ ଯାଇଥିଲେ ।

ବହୁସମୟ ପରେ ଘରକୁ ଫେରିନଥିବା ଦେଖି ମାଁ ଖୋଜା ଖଜି କରି ଗ୍ରାମ ବାସୀଙ୍କୁ ସହାୟତା ନେଇ ଥିଲେ । ଖୋଜାଖୋଜି କରିବା ପରେ ଜଳଭଣ୍ଡାର ନିକଟରେ ଚପଲ ପଡ଼ିଥିବା ଦେଖି ପାଣିରେ ଖୋଜିବାରୁ ପ୍ରିୟଙ୍କା ଙ୍କ ମୃତ ଦେହ ଉଦ୍ଧାର କରଯାଇଛି । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।