Friday, August 7, 2020
Home Corona Lockdown ଲୋଇସିଂହା ଅଂଚଳରେ ଦାଦନ ଫେରନ୍ତା ଶ୍ରମିକ, ପ୍ରଶାସନ ନିକଟରେ ଖବର ନାହିଁ

ଲୋଇସିଂହା ଅଂଚଳରେ ଦାଦନ ଫେରନ୍ତା ଶ୍ରମିକ, ପ୍ରଶାସନ ନିକଟରେ ଖବର ନାହିଁ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୨୪/୦୩): ଲୋଇସିଂହା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳକୁ ଗତ କିଛି ଦିନ ମଧ୍ୟରେ ଗୁଜୁରାଟ, ତାମିଲନାଡୁ ଏବଂ କେରଲରୁ ୨୫ ରୁ ଉର୍ଦ୍ଧ୍ବ ଶ୍ରମିକ ଫେରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ମତେ, ବ୍ଲକର ଆଭ୍ୟନ୍ତରୀଣ ବିଜାପାଟି ଓ ଗଡ଼ଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଗତ ସପ୍ତାହରେ ୬ ଜଣ ଶ୍ରମିକ ତାମିଲନାଡୁରୁ ଫେରିଥିବା ବେଳେ ସରଗାଡ଼ ଗାଁକୁ ୧୨ ଜଣ ଶ୍ରମିକ ଫେରିଛନ୍ତି । ସେହିପରି ଜଡାମୁଣ୍ଡା, ଲୋଇସିଂହା ବସ୍ତି, ଭେର୍ନିଆ ପଡାକୁ ୫ ରୁ ଅଧିକ ଶ୍ରମିକ ଅନ୍ୟ ରାଜ୍ୟରୁ ଆସିଥିବା ବେଳେ ସୋମବାର ଗୁଜୁରାଟରେ କାମ କରୁଥିବା ତିନି ଜଣ ଶ୍ରମିକ ଯୋଗୀସର୍ଡ ଗ୍ରାମକୁ ଫେରିଛନ୍ତି । ଏମାନଙ୍କୁ ଚିହ୍ନଟ ତଥା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦୁରେ ଥାଉ ପ୍ରଶାସନ ନିକଟରେ ଏହାର କୌଣସି ଖବର ନ ଥିବା ଜଣାଯାଇଛି । ବୁଧବାର ଠାରୁ ଏଠାରେ ଲକ ଡ଼ାଉନ ହେବାକୁ ଯାଉଥିବା ବେଳେ ଉକ୍ତ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ହୋମ କ୍ଵରେଣ୍ଟଇନରେ ରଖାଯିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: