ରାୟଗଡା ଜ଼ିଲ୍ଲାରେ ଲକ ଡାଉନ ଆରମ୍ଭ ପୂର୍ବରୁ ଜ଼ିଲ୍ଲାପାଳ ଓ ଏସ ପିଙ୍କ ସମଗ୍ର ରାୟଗଡା ସହର ପରିଦର୍ଶନ

ରିପୋର୍ଟ : ଅମୁଲ୍ୟ ନିସଙ୍କ //
ରାୟଗଡା (୨୫ /୦୩): ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତ ବର୍ଷ କୁ ଆଗାମୀ ୨୧ଦିନ ପାଇଁ ଲକଡାଉନ ଘୋଷଣା ପରେ ପରେ ରାୟଗଡା ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଓ ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷ ଡାକ୍ତର ଶ୍ରବଣ ବିବେକ ଏମ ରାୟଗଡା ସହରର ମୁଖ୍ୟ ବଜ଼ାର ବସ ଷ୍ଟାଣ୍ଡ ମେଡିକାଲ ରେଳୱେ ଷ୍ଟେସନ ଓ ଜନଗହଳି ସ୍ଥାନ ପରିଦର୍ଶ କରି ସ୍ଥିତିର ସମୀକ୍ଷା କରିଥିଲେ |

ସ୍ଥାନୀୟ ବସ ଷ୍ଟାଣ୍ଡ ମେନ ବଜ଼ାର ଅବେର ବ୍ରିଜ଼ ବଜ଼ାରକୁ ଆସନ୍ତା କାଲି ଠାରୁ ସମସ୍ତ ଦୋକାନ ବନ୍ଦ ରଖିବା ପାଇଁ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ ଓ ତାହା ସହିତ କରୋନାର ମୁକାବିଲା ପାଇଁ ଜ଼ିଲ୍ଲା ପ୍ରସାଶନ ତଥା ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଘୋଷଣା ପରେ ପରେ ରାୟଗଡା ଜିଲ୍ଲା କରୋନାର ମୁକାବିଲା ନିମନ୍ତେ ଦୃଢ ହେଲା କଟକଣା | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ମଙ୍ଗଳ ଵାର ରାତ୍ରି ରୁ ସମ୍ପୂର୍ଣ୍ଣ ଭାବେ ଜ଼ିଲ୍ଲାରେ ଲକଡାଉନ ଆରମ୍ଭ ହୋଇଯାଇଛି | ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜ଼ାର ବନ୍ଦ ରଖିବାକୁ ଜ଼ିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି | ଲକଡାଉନ ପାଇଁ ଜ଼ିଲ୍ଲାରେ ସମସ୍ତ ଗମନାଗମନ ପାଇଁ ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ ରହିଛି | ଜରୁରୀ ପରିସ୍ଥିତିରେ ଲୋକେ ଘରୁ ବାହାରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି | ଏହି ଘଡି ସନ୍ଧି ମୁହୂର୍ତରେ ସ୍ଥାନୀୟ ସରପଞ୍ଚ ଆଶା କର୍ମୀ ପ୍ରାଥମିକ ସ୍ୱାସ୍ଥ୍ୟ କର୍ମୀ ମାନେ ଘର ଘର ବୁଲି କରୋନା ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନତା କରୁଛନ୍ତି | ତେଣୁକରି ସେମାନଙ୍କୁ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି |

ଔଷଧ ଦୋକାନ ଏଟିଏମ ଗ୍ୟାସ ବିତରଣ ରାସନ ଦୋକାନ କ୍ଷୀର ଦୋକାନ ପନିପରିବା ଦୋକାନ ପେଟ୍ରୋଲ ପମ୍ପ ବିଦ୍ୟୁତ ଉପକରଣ ଦୋକାନ ସହିତ ମାଂସ ମାଛ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲାରହିବ ଓ ପୋଷାକ ଶୋ ରୁମ ଘରୋଇ ଉପକରଣ ବହିଦୋକାନ ରାସ୍ତା ପାର୍ଶ୍ୱର ଠେଲା ଦୋକାନ ଫାଷ୍ଟ ଫୂଡ଼ ଦୋକାନ ବନ୍ଦପାଇଁ ଜ଼ିଲ୍ଲାପାଳ ତାଙ୍କରି ଦ୍ୱାରା ଦିଅଯାଥିବା ଚିଠିରେ ନିର୍ଦେଶ ଦେଇଛନ୍ତି | ଏପରିକି ପୂଜା ଭଣ୍ଡାର ମଧ୍ୟ୍ୟ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି | ଏପରି କି ସାପ୍ତାହିକ ହାଟକୁ ବନ୍ଦ ରଖିବା ପାଇଁ ଜ଼ିଲ୍ଲା ପାଳ ସୂଚନା ଦେଇଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.