ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
113
ଶିଳ୍ପଦ୍ୟୋଗୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୦୩) : ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ପ୍ରଥମେ ଲକ୍ଷ୍ୟ ଖୋଜିବାକୁ ହେବ ବୋଲି ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ଦ୍ୱାରା ପ୍ରାୟୋଜିତ ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ଥେରୁବାଲି ଗୋପବନ୍ଧୁ ନଗର ସ୍ଥିତ ଇମ୍ଫା ଏମ୍ପ୍ଲଇଜ କ୍ଲବ ପରିସରରେ ଆୟୋଜିତ ଏକ ଦିବାସୀୟ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।WhatsApp Image 2023 03 29 at 16.22.03 ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ମୁଖ୍ୟ ପରିଚାଳକ ଶ୍ରୀମାନ ବିକାଶ ଚନ୍ଦ୍ର ବାଇନ, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମାନ ଗୌର ଚନ୍ଦ୍ର ପଟ୍ଟନାୟକ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ। ଶିଳ୍ପ ତାଲିମ କେନ୍ଦ୍ର ର ନିର୍ଦ୍ଦେଶକ ଶ୍ରୀମାନ ସରୋଜକାନ୍ତ ଚୌଧରୀ, ଓରମାସ ର ସହକାରୀ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ମନୋଜ କୁମାର ପାତ୍ର, ଥେରୁବାଲି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ପରିଚାଳକ ଶ୍ରୀମାନ ଶୁଭ୍ରାଂଶୁ ମହାପାତ୍ର, କୋଲନରା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଶ୍ରୀମାନ ହଳଧର ହିମିରିକା ଏବଂ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ଶ୍ରୀମାନ ସବ୍ୟସାଚୀ ସାହୁ, ଶ୍ରୀମାନ ନିରଞ୍ଜନ ମଲିକ ଓ ଶ୍ରୀମାନ ସୁନୀଲ ପଟନାୟକ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀମାନ କଲୋଲ କୁମାର ନାୟକ, ଉପ-ମୁଖ୍ୟ ପରିଚାଳକ (କାର୍ମିକ ଓ ପ୍ରଶାସନ) ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ସମସ୍ତ ଅଂଶ ଗ୍ରହଣକାରୀଙ୍କ ଉଦ୍ଦେଶ୍ୟ ରେ ସ୍ୱାଗତ ଭାଷଣ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀବିକାଶ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଶିଳ୍ପଦ୍ୟୋଗୀ ମାନଙ୍କୁ ପ୍ରେରିତ କରିଥିଲେ । ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଇମ୍ଫା ଓ ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ର କର୍ମକର୍ତ୍ତା ପ୍ରଭାକର ପଣ୍ଡା, ଲକ୍ଷ୍ମୀଧର ମିଶ୍ର, ରବୀନ୍ଦ୍ର କୌଶଲ୍ୟା ଓ ସୂର୍ଯ୍ୟମଣି ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଇମ୍ଫା ପାରିପାର୍ଶ୍ବିକ ଅଂଚଳର ପାଞ୍ଚଟି ପଞ୍ଚାୟତ ର ୮୦ ରୁ ଉର୍ଦ୍ଧ ଶିଳ୍ପଦ୍ୟୋଗୀ ବେକାର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରି ଆଲୋଚନା ରେ ସକ୍ରିୟ ଭାଗିଦାରିତା ପ୍ରଦର୍ଶନ କରିଥିଲେ । ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ, ଇମ୍ଫାର ଏଭଳି କାର୍ଯ୍ୟକ୍ରମ କୁ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିବା ଜନପ୍ରତିନିଧିମାନେ ଭୁୟସୀ ପ୍ରଶଂସା କରିଥିଲେ ।