ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୯/୩) : ଚଳିତ ବର୍ଷ ବିଷମକଟକ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ଖୁବ୍ ଧୁମ୍ ଧାମ୍ ରେ ପାଳିତ ହେବାକୁ ଯାଉଛି ।
ଚଳିତ ବର୍ଷ ମା ଠାକୁରାଣୀ ଘଣ୍ଟ ଯାତ୍ରା ଆରମ୍ଭ । ବର୍ଷ ବର୍ଷ ଧରି ଏହା ବିଷମକଟକ ପାଳିତ ହେଉଛି ଗତ ଦୁଇ ବର୍ଷ ହେଲା ବିଷମକଟକ ର ଲିଜା ମେଲେକା ଙ୍କ ସଭାପତିତ୍ୱ ରେ ଏହା ପରିଚାଳିତ ହେଉଛି ଏଥିରେ ଚନ୍ଦ୍ରିକା, ମଧୁ, ରାନି, ମେଘା, ଲଳିତା ସଭ୍ୟ ମାନଙ୍କୁ ନେଇ ପରିଚାଳିତ ହେଉଛି । କମିଟି ର କହିବା ହିସାବରେ ଏହି ବର୍ଷ ଵିଭିନ୍ନ ସାଂସୃତିକ କାର୍ଯକ୍ରମ ସହ ଅର୍କେଷ୍ଟ୍ରା, ବିଭିନ୍ନ ନାଟକ, ପିଲା ମାନଙ୍କ ପାଇଁ ନୃତ ପ୍ରତିଯୋଗିତା ମାନ କରାଯିବ । ଏହା ୨୧ ଏପ୍ରିଲ୍ ରୁ ୨୫ ଏପ୍ରିଲ୍ ପାଞ୍ଚଦିନ ଧରି ପାଳିତ ହେବ ଏଣୁ ଆଜି ସକାଳୁ ମାଁ ଠାକୁରାଣୀଙ୍କ ଉଦ୍ଦେଶ୍ୟ ରେ ଶୁଭ ଖୁଣ୍ଟ ସ୍ଥାପନ ହେଲା ଏଥିରେ ବିଷମକଟକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବିଷମକଟକ ଡ୍ରାଇଭର ମହାସଂଘ, ବିଷମକଟକ ଯୁଵ ସମାଜ ଉପସ୍ଥିତ ଥିଲେ । କମିଟି ସମସ୍ତ ଙ୍କ ସହାୟତା ଓ ସହଯୋଗ କାମନା କରେ ।