କରୋନା ପାଇଁ ୧୬ଟି ଦୋକାନ ବନ୍ଦ ନିର୍ଦ୍ଦେଶ କଲେ କୋରାପୁଟ ଜିଲ୍ଲାପାଳ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ(୨୪/୦୩): କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର ଆଜି ତାଙ୍କ ଚିଠି ସଂଖ୍ୟା ୨୮୯ /୨୦୨୦, ତା. ୨୪/୩/୨୦ ମାଧ୍ୟମରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମହାମାରୀ ଆଇନ୍ ୧୮୯୭ ର ଧାରା ୨(୧)ଅନୁସାରେ ୧୬ଟି ଦୋକାନ ବନ୍ଦ ନିର୍ଦ୍ଦେଶ ଦେବା ସହ ୧୨ଟି ଦୋକାନ ବା ସେବା କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସମ୍ପର୍କରେ ଶ୍ରୀ ମିଶ୍ର ଏଡ଼ିଏମ,କୋରାପୁଟ ଓ ଜୟପୁର ଉପ ଜିଲ୍ଲାପାଳ, ସମସ୍ତ ଅର୍ବାନ୍ ବୋଡି ର ନିର୍ବାହୀ ଅଧିକାରୀ, ସମସ୍ତ ବି. ଡି. ଓ.ତଥା ସମସ୍ତ ତହସିଲଦାରଙ୍କୁ ଜଣାଇଛନ୍ତି । ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଦୋକାନ ହେଲା ଲୁଗା ଓ ଜେଓ୍ବେଲାରୀ,ସମସ୍ତ ପ୍ରକାର ବାସନ,ଗହଣା ସୋ ରୁମ୍ ଓ ଦୋକାନ, ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍ସ୍ ସୋ ରୁମ୍ ଓ ଦୋକାନ, ଚାରି ଚକିଆ, ଅଟୋ ମୋବାଇଲ ଓ ବାଇ ସାଇକେଲ ସୋ ରୁମ୍, ଫର୍ଣିଚର ସୋ ରୁମ୍ ଓ ଗୋଦାମ, ଜୋତା ଓ ବ୍ୟାଗ୍ ସୋ ରୁମ୍ ଓ ଗୋଦାମ, ବହି ଓ ମାଗାଜିନ ଦୋକାନ, ମାର୍ବଲ୍, ଟାଇଲ ହାର୍ଡ୍ଓେର ଦୋକାନ, ଓ୍ବାଚ୍ ସୋ ରୁମ୍ ଓ ଦୋକାନ, ହୋମ୍ ପେଇଣ୍ଟିଂ ଦୋକାନ ଓ ଗୋଦାମ, ଗିଫ୍ଟ୍ ଓ ନିମନ୍ତ୍ରଣ ପତ୍ର ଦୋକାନ, ଷ୍ଟ୍ରୀଟ୍ ଫୁଡ୍ ଓ ଠେଲା,ଚାହା ଓ ପାନ ଦୋକାନ, ରେଷ୍ଟୁରାଣ୍ଟ ଡାଇନିଂ(କିନ୍ତୁ ନେଇ ପାରିବେ) ଓ ପୂଜା ଭଣ୍ଡାର । ଅନୁମତି ଥିବା ଦୋକାନ ଓ ସେବା ଗୁଡିକ ହେଲା ଔଷଧ ଦୋକାନ ଓ ପାଥୋଲୋଜି କ୍ଲିନିକ୍, ବ୍ୟାଙ୍କ ଓ ଏଟିଏମ୍, ଏଲ୍. ପି. ଜି., ଗ୍ରୋସେରୀ, ପରିବା ଓ ଫଳ ଦୋକାନ, କ୍ଷୀର ଦୋକାନ, ନନ୍ ଭେଜ୍, ବୈଦ୍ୟୁତିକ ସ୍ପେୟାର ପାର୍ଟ୍, ଗ୍ୟାରେଜ, ରେଷ୍ଟୁରାଣ୍ଟ (କେବଳ ପାର୍ସଲ), ପେଟ୍ରୋଲ ପମ୍ପ ଓ ବ୍ୟାକେରୀ ଖୋଲା ରହିବା ସହ ୭ ଜଣରୁ କମ୍ ଲୋକ କାମ କରୁଥିବା ଉତ୍ପାଦନ ଏକାଂଶ ଗୁଡିକ ଖୋଲା ରହିବ । ଉପ ଜିଲ୍ଲାପାଳ ମାନେ ନିର୍ଦେଶ କାର୍ଯ୍ୟକାରୀତା ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ।

Leave a Reply

This site uses Akismet to reduce spam. Learn how your comment data is processed.