ବ୍ଲକ୍ ସ୍ତରୀୟ ଜୀବେ ନିଷ୍ଠୁରତା ବିଷୟରେ ଏକ ସଚେତନତା ଶିବିର

0
216
ବ୍ଲକ୍ ସ୍ତରୀୟ ଜୀବେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୩) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ୍ ସ୍ତରୀୟ ଜୀବେ ନିଷ୍ଠୁରତା ଆଇନ୍ ଓ ତାର କାର୍ଯ୍ୟକାରିତା ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।

ବ୍ଲକ୍ ସ୍ତରୀୟ ଜୀବେ ନିଷ୍ଠୁରତା ବିଷୟରେ ଏକ ସଚେତନତା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ତଥା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ହାଡିବନ୍ଧୁ ଭୋଇ, ବିଡ଼ିଓ ଡ଼ ସୁନିଲ ଖରା, ତହସିଲଦାର ସୁଧାକର ରଇତ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବୀପ୍ର ଚରଣ ବେହେରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ତଥା ସମସ୍ତ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ, କର୍ମୀ ଓ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜୀବେ ନିଷ୍ଠୁରତା ନିରୋଧ ଆଇନ ୧୯୬୦, ଜୀବ ପରିବହନ ଆଇନ ୧୯୭୮ ଓ ସଂଶୋଧିତ ଆଇନ୍ ୨୦୦୧, ପଞ୍ଜିକୃତ କଂସେଇଖାନା ଆଇନ୍ ୨୦୦୧, ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଆଇନ (କୁକୁର) ୨୦୦୧ ଏବଂ ପୋଷା ଜୀବ ପ୍ରଜନନ ଓ ଦୋକାନ ପଞ୍ଜିକରଣ ଆଇନ୍ ସମ୍ବନ୍ଧରେ ଡାକ୍ତର ଵିପ୍ର ଚରଣ ବେହେରା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାର, ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ହାଡିବନ୍ଧୁ ଭୋଇ, ରାସ୍ତା ପାର୍ଶ୍ବରେ ଛେଳି ଓ ମେଣ୍ଢା ମାଂସକଟା ଲୋକ ଲୋଚନର ଅଗୋଚରରେ କରିବା ପାଇଁ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ଗାଡ଼ିରେ ମାତ୍ରାଧିକ ସଂଖ୍ୟକ ଗୋରୁ, ଗାଈ, ଛେଳି ଓ ମେଣ୍ଢା ପରିବହନ ସମୟରେ ଦୃଷ୍ଟି ଗୋଚର ହେଲେ, ନିକଟସ୍ଥ ଥାନାରେ ଖବର ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଗୋରୁ ହାଟ ଗୁଡ଼ିକରେ ଗାଈ ଗୋରୁଙ୍କର ସୁବିଧା ଦେଖିବା ପାଇଁ ତହସିଲଦାର, ବିଡ଼ିଓ ଓ ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଜଣାଇଥିଲେ ଯେ କଲ୍ୟାସିଂହପୁର ବ୍ଲକରେ ୧୫୦ ସଂଖ୍ୟକ ଗାଈ ଗୋରୁଙ୍କୁ ଆଶ୍ରୟ ଦେବା ପାଇଁ ବିଭାଗୀୟ ସହାୟତାରେ ଏକ ଗୋଶାଳା ଦେବଗିରି ଆଶ୍ରମ ତରଫରୁ ନିର୍ମାଣ ଚାଲିଛି । ଏହି ଆଲୋଚନା ଚକ୍ର କୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ ଚିନ୍ମୟ ସାହୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ବିଚିତ୍ରାନନ୍ଦ ସାହୁ, ଓ ସିକର୍ପାଇ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ସୌମ୍ୟ ପ୍ରକାଶ ନାୟକ ତଥା ଅନ୍ୟ ବିଭାଗୀୟ କର୍ମୀ ମାନେ ଆୟୋଜନ ରେ ସାହାଯ୍ୟ କରିଥିଲେ ।