ମଦ ପିଇ ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ

0
92
ମଦ ପିଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୯/୦୩) : ମଦ ପିଇ ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଅଞ୍ଚଳ ଗ୍ରାମରେ ।

ସୂଚନା ମୁତାବକ ଅଭିଯୁକ୍ତ ସ୍ୱାମୀ ଦୁର୍ଗା ମୁର୍ମୁ ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଘରକୁ ଫେରିଥିଲେ । ଏହାକୁ ସ୍ତ୍ରୀ ମଞ୍ଜୁଲତା ବିରୋଧ କରିବାରୁ ଉଭୟ ମଧ୍ୟ ଝଗଡା ହୋଇଥିଲା । ପରେ ସ୍ୱାମୀ ଦୁର୍ଗା ଉତକ୍ଷିପ୍ତ ହୋଇ ସ୍ତ୍ରୀ ମଂଜୁଲତାକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ତେବେ ସ୍ୱାମୀ ଦୁର୍ଗା ମୁର୍ମୁ ଘଟଣା ସ୍ଥଳରୁ ଖସି ପଳେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ବାନ୍ଧି ଦେଇଥିବା ଜଣା ପଡିଛି । ଖବର ପାଇ ଅଭିଯୁକ୍ତ କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।