Sunday, September 20, 2020
Home District News ପୋଲିସର ଅକ୍ତିଆରରେ ତିନିଜଣ ATM ଲୁଟେରା

ପୋଲିସର ଅକ୍ତିଆରରେ ତିନିଜଣ ATM ଲୁଟେରା

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା (୨୩/୦୩): ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲିର ଏକ SBI ATM ଭାଙ୍ଗି ଟଙ୍କା ଲୁଟିବାକୁ ଚେଷ୍ଟା କରି ଧରା ପଡିଛନ୍ତି ୩ଜଣ ଲୁଟେରା |

ଗତ ୨୧/୦୩/୨୦୨୦ ତାରିଖ ରାତିରେ ୩ଜଣ ଅଭିଯୁକ୍ତ ଏଟିଏମ ମେସିନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ସଫଳ ହୋଇପାରି ନଥିଲେ | ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ମେସିନ ଭାଙ୍ଗିବାରେ ବ୍ୟବହାର କରାଯାଇଥିବା ଏକ ସ୍କୃ ଡ୍ରାଇଭର ଜବତ କରିଛି | ଅଭିଯୁକ୍ତ ମାନେ ହେଲେ ଶୀଗ୍ର ଗରଡ଼ିଆଙ୍କ ପୁତ୍ର ସୁଧୀର ଗରଡ଼ିଆ (୧୯ବର୍ଷ), ସ୍ବର୍ଗତ ରଘୁନାଥ ନାଗଙ୍କ ପୁତ୍ର ଉମେଶ ନାଗ (୧୯ବର୍ଷ), ସ୍ବର୍ଗତ ଡମ୍ବରୁ ବହାଦୁରଙ୍କ ପୁତ୍ର ଟୁଲୁ ବହାଦୁର (୨୮ବର୍ଷ) | ସମସ୍ତ ଅଭିଯୁକ୍ତ ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ନିକଟସ୍ଥ ଡିପି କ୍ୟାମ୍ପ ଅଞ୍ଚଳର | ଚାନ୍ଦିଲି ପୋଲିସ କେସଟିକୁ କେସ ନମ୍ବର ୭୧ତା ୨୨/୦୩/୨୦୨୦ u/s ୪୫୭ /୩୮୦ /୫୧୧ ଆଇପିଏସରେ ରୁଜୁ କରାଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: