Friday, March 29, 2024

Top 5 This Week

Related Posts

ଗଡିଆ ଠାରେ ଜିଲ୍ଲାପାଳ ଙ୍କ ଦ୍ଵାରା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର ଉଦ୍‌ଘାଟିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୩) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଦ୍ଵାରା ସୋନପୁର ବ୍ଲକ୍ ର ଗଡିଆ ଠାରେ ଏକ୍ସନ୍ ଏଡ୍ ଏସୋସିଏନ ଭୁବନେଶ୍ଵର ସହାୟତା ରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ର ସହଯୋଗିତା ରେ ୧୦ ଜଣ ଏକାକୀ ମହିଳାଙ୍କୁ ନେଇ ପରିଚାଳିତ ହେଉଥିବା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।WhatsApp Image 2023 03 29 at 09.03.19 1 ଗଡିଆ ଠାରେ ଜିଲ୍ଲାପାଳ ଙ୍କ ଦ୍ଵାରା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର ଉଦ୍‌ଘାଟିତ

ଗଡିଆ ଠାରେ ଜିଲ୍ଲାପାଳ ଙ୍କ ଦ୍ଵାରା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଉଦଘାଟନ ସମୟରେ ସମ୍ମାନୀତ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ମଲ୍ଲିକମୁଣ୍ଡା ସରପଞ୍ଚ ଜ୍ୟୋତ୍ସ୍ନାମୟୀ ମେହେର, ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଏକ୍ସନ ଏଡ୍ ର ପ୍ରୋଗ୍ରାମ ମେନେଜର ଘାସିରାମ ପଣ୍ଡା, ରେଆର ର ଆଜୀବନ ସଦସ୍ୟ କରମଚାନ୍ଦ ମହାନ୍ତି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରର ସଭାନେତ୍ରୀ ସରୋଜିନି ଭୋଇ ଓ ରେଆର ର ସାଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗି ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ବୈଠକରେ ଘାସିରାମ ପଣ୍ଡା ପ୍ରତ୍ୟେକ ଅସହାୟ ଏବଂ ଏକାକୀ ମହିଳାଙ୍କୁ ରୋଜଗାର ର ମାଧ୍ୟମ ଦେବା ତଥା ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷା ରେ ଅନ୍ତର୍ଭୁକ୍ତ କରିବା ଏବଂ ବଜାର ବ୍ୟବସ୍ଥା ଉପଲବ୍ଧି ସହ କୃଷି ଉତ୍ପାଦକ ଗୋଷ୍ଠୀ ତିଆରି କରିବା ଏହା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିବା ପ୍ରକାଶ କରିଥିଲେ ।

ମୁଖ୍ୟ ଅତିଥି ଶ୍ରମତୀ ନରୱେଣେ ମା ମାନଙ୍କ ପ୍ରୟାସ କୁ ପ୍ରସଂଶା କରିବା ସହିତ ଗ୍ରାମାଞ୍ଚଳରେ ଏହା ଏକ ପ୍ରମୁଖ ଆୟରପନ୍ଥା ହୋଇପାରିବ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥ୍‌ ଶ୍ରୀଯୁକ୍ତ ଦାଶ ନିରନ୍ତର ଭାବରେ ଉତ୍ପାଦନ ଓ ବ୍ୟବସାୟ ପାଇଁ ଦୃଢତାର ସହ କାମ କରିବା ତଥା ବଜାର ବ୍ୟବସ୍ଥାରେ ଧ୍ୟାନ ରଖିଲେ ସଫଳ ନା ହାସଲ କରିବେ ବୋଲି ଉପସ୍ଥାପନ କରିଥିଲେ । ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଉଦ୍ୟୋମିତା ତାଲିମ୍ ଏବଂ ବଜାର ବ୍ୟବସ୍ଥା କୁ ଗୁରୁତ୍ତ୍ୱାରୋପ କରିଥିବା ବେଳେ କଞ୍ଚାମାଳ ର ମହଜୁଦ୍ ତଥା ଗୋଷ୍ଠିର ମିଳିତ ଉଦ୍ୟମ ରେ ଦଳ ସଫଳତା ହାସଲ କରିବ ବୋଲି କହିଥିଲେ । ସଭାନେତ୍ରୀ ଶ୍ରୀମତୀ ଭୋଇ ଏହି କାର୍ଯ୍ୟକ୍ରମ ଏକତ୍ରିତ ହୋଇ ଆଗକୁ ବଢିବା ତଥା ପରିବାର ପୋଷଣ ର ସହାୟକ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ଅବସରରେ ଏକ୍ସନ୍ ଏଡ୍ ତରଫରୁ ପୂର୍ବରୁ ଦିଆଯାଇଥିବା ମହିମା ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ରର ର ସମ୍ପାଦିକା ଗୌରୀ ଝାଙ୍କର ଓ ବ୍ୟକ୍ତିଗତ ସହାୟତା ପାଇଥିବା ଅଞ୍ଜୁ ମହାଲିଙ୍ଗ୍ ତାଙ୍କ ସଫଳତାର କାହାଣି ଉପସ୍ଥାପନ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଘାସିରାମ ପଣ୍ଡା ଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଯୋଜନା ଏବଂ ଜୀବନ ଜୀବିକା ପାଇଁ ରହିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନ, ମିଶନ ଶକ୍ତି ଏବଂ ମିଶନ କ୍ଷମତା ସମ୍ପର୍କରେ ବିସ୍ତୃତ ସଚେତନତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏକ୍ସନ ଏଡ୍ ର ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ସା, ଝରଣା ପଟ୍ଟନାୟକ, ଦେବେନ୍ଦ୍ର ପୋଢ, ମିତ୍ରଭାନୁ ମଲ୍ଲିକ୍, ଅଶୋକ ଝାଙ୍କର ଓ ମିତ୍ରଭାନୁ ମଲ୍ଲିକ ସହଯୋଗ କରିଥିବା ବେଳେ ଅନଙ୍ଗ ନେଗି କାର୍ଯକ୍ରମ ସଂଯୋଜନା ସହ
ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles