Friday, August 14, 2020
Home headline ଜନନୀ ଯନ୍ତ୍ରଣା, ମାନବିକତା ଦେଖାଇଲେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର

ଜନନୀ ଯନ୍ତ୍ରଣା, ମାନବିକତା ଦେଖାଇଲେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୨୨/୦୩): ଚିତ୍ରକୋଣ୍ଡା ପୁଲିସ ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଏଏସଆଇ ରାଜେନ୍ଦ୍ର ପାଙ୍ଗି, କନେଷ୍ଟବଳ ନିଗମ ପ୍ରଧାନ, ହୋମ ଗାର୍ଡ ବୁଜି ଦୋରା ଓ ରାଜେଶ ସାହୁଙ୍କ ସହ ଏକ ଟିମକୁ ଦୋରାଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ପେଟ୍ରୋଲିଙ୍ଗ ଯାଇଥିଲେ |

ସେଠୁ ଫେରୁଥିବା ବେଳେ ଚିତ୍ରକୋଣ୍ଡା ବିଛିର୍ଣ୍ଣାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀ ମା ଅଧିକ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ ଯୋଗେ ଆଣି ଲଞ୍ଚ ଘାଟରେ ପହଂଚି ସ୍ପିଲବାଇ ଲଞ୍ଚ ଠାରେ ଆମ୍ବୁଲାନ୍ସ କୁ ଫୋନ କରି ଜଗି ରହିଥିଲେ | ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଥିବା ବେଳେ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ବଢ଼ିବାରେ ଲାଗିରହିଥିଲା | ଏହି ସମୟରେ ଥାନା ପେଟ୍ରୋଲିଙ୍ଗ ଗାଡି ଲଞ୍ଚ ଘାଟରେ ପହଂଚି ଉକ୍ତ ପରିବାର ତଥା ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣାକୁ ଦେଖି ଗାଡି ଅଟକାଇ ତାଙ୍କୁ ଗାଡ଼ିକୁ ଟେକି ଟେକି କରି ଧରି ଗାଡ଼ିରେ ଆଣି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ |

ଏପରି ସେ ମାନବିକତାର ପରିଚୟ ଦେଇଥିଲେ ପୋଲିସ କର୍ମଚାରୀ | ପରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ଡାକ୍ତର ଦେଖିବା ପରେ ଗର୍ଭବତୀ ମହିଳା ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେଫର କରାଯାଇଥିବାର ସୂଚନା ମିଳିଛି | ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବରଙ୍କର ଏହି କାମକୁ ସାଧାରଣରେ ପ୍ରଶଂସା କରାଯାଉଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: