Thursday, March 28, 2024

Top 5 This Week

Related Posts

ଗ୍ରାମାଭିମୁଖି ଜନ ଶୁଣାଣି ଶିବିର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୩) : କାଶୀନଗର ବ୍ଲକ୍ କିଡ଼ିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗଜପତି ପ୍ରଶାସନ ତରଫରୁ ଗ୍ରାମାଭିମୁଖି ଅଭିଯୋଗ ଶୁଣାଣି କରାଯାଇଥିଲା ।

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଓ ପ୍ରକଳ୍ପ ଅଧିକାରୀ ରାମାନ୍ଚଲ୍ ଖମାରୀ ଅଭିଯୋଗ ପ୍ରକୋଷ୍ଟରେ ଶୁଣାଣି କରିଥିଲେ । ଗ୍ରାମାଭିମୁଖି ଜନ ଶୁଣାଣି ଶିବିର ରେ ମୋଟ ୪୯ଟି ଅଭିଯୋଗର ଫଇସାଲା କରାଯାଇଥିଲା । ଗୃହ ନିର୍ମାଣ, ଆବାସ ଯୋଜନା, ପଡ଼ିକାର୍ଡ ଆଦି ନେଇ ୨୬ ଜଣ ଅଭିଯୋଗ କରିଥିବାବେଳେ ବିଭିନ୍ନ ଉନ୍ନୟନ ଓ ଗୋଷ୍ଠୀ ଗତ ସମସ୍ୟା ନେଇ ୧୩ଟି ଅଭିଯୋଗ ଦାଖଲ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବ୍ଲକ୍ ଅଧ୍ୟକ୍ଷା ବାଲା ସାୟାମ୍ମା ଉପସ୍ଥିତ ଥିଲେ । ବିଡ଼ିଓ କପିଳେଶ୍ୱର ତାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେବା ସହ ବିଭିନ୍ନ ଷ୍ଟଲ୍ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା । କିଡିଙ୍ଗା ସରପଞ୍ଚ ଶଶୀଭୂଷଣ ରାଓ ଓ ସମିତି ସଭ୍ୟ ଶ୍ରୀଧର କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ ।

Popular Articles