ସାଇକେଲ ଚୋରି ଅଭିଯୋଗରେ ଜଣେ ଗିରଫ : ୧୫ ସାଇକେଲ ଜବତ

0
94
ସାଇକେଲ ଚୋରି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୩) : ସୋନପୁର ସହର ର ବିଭିନ୍ନ ସ୍ଥାନରୁ ବାରମ୍ବାର ସାଇକେଲ ଚୋରି ହେଉଥିବା ଅଭିଯୋଗ ହୋଇଆସୁଥିଲା ।WhatsApp Image 2023 03 28 at 18.41.48 ସାଇକେଲ ଚୋରି ଅଭିଯୋଗରେ ଜଣେ ଗିରଫ : ୧୫ ସାଇକେଲ ଜବତ

ଏ ସମ୍ପର୍କ ରେ ସୋନପୁର ପୁଲିସ ଅଭିଯୋଗ ଆଧାର ରେ ଏକ କେ୍ସ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ୧୫ଟି ସାଇକେଲ ଜବତ କରିବା ସହ ଚୋରୀ କରିଥିବା ଅଭିଯୁକ୍ତ କୁ ସୋନପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଘଟଣା ରୁ ପ୍ରକାଶ ଯେ ସୋନପୁର ସହର ର ମାଳିପଡ଼ା ର ରମେଶ ଚୌହାନ ଙ୍କ ଝିଅ ସହର ର ମହାରଣା ପଡ଼ାରେ ଥିବା ଏକ ଘରୋଇ କୋଚିଙ୍ଗ ସେଣ୍ଟର କୁ ସାଇକେଲ ରେ ପାଠ ପଢିବା ପାଇଁ ଯାଇଥିଲେ । ସେଠାରୁ ପାଠ ପଢି ସାରି ସାଇକେଲ (Lady Pink Colour Cycle) ରଖିଥିବା ଷ୍ଟାଣ୍ଡ କୁ ଯାଇ ଦେଖିଲା ବେଳକୁ ତାର ସାଇକେଲ ସେଠାରେ ନ ଥିଲା । ପରେ ଆଖ ପାଖ ଅଞ୍ଚଳ ରେ ଖୋଜା ଖୋଜି କରିଥିଲେ । କିନ୍ତୁ କୌଣସି ଠାରେ ସାଇକେଲ ପାଇନଥିଲେ । ଏ ସମ୍ପର୍କରେ ଝିଅ ର ବାପା ରମେଶ ଚୌହାନ ସୋନପୁର ଥାନା ରେ ଲିଖିତ ଅଭିଯୋଗ କରିବାରୁ ସୋନପୁର ପୁଲିସ ଏକ କେ୍ସ ରୁଜ୍ଜୁ କରି ସାଇକେଲ ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହି ଚୋରି ଘଟଣା ରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମର ବିନାୟକ ନାଏକ (୩୫) କୁ ସୋନପୁର ଥାନାକୁ ଆଣି ଜେରା କରିଥିଲେ । ବିନାୟକ ଉକ୍ତ ଚୋରୀ ହୋଇଥିବା ସାଇକେଲ ସହ ଅନ୍ୟ ୧୩ ଟି ସାଇକେଲଚୋରି କରିଥିବାବେଳେ ଅନ୍ୟ ଗୋଟିଏ ସାଇକେଲ ସୋନପୁର ଥାନା ଅନ୍ତର୍ଗତ ହରଡ଼ଖୋଲ ଅଞ୍ଚଳ ରୁ ଚୋରି କରିଥିବା ପୁଲିସ ପାଖରେ ସ୍ୱୀକାର କରିଥିଲା । ଚୋରି ସାଇକେଲ କୁ ଅଭିଯୁକ୍ତ ବିନାୟକ ଏକ ହଜାର ରୁ ଦୁଇ ହଜାର ଟଙ୍କାରେ ବିକ୍ରି କରୁଥିଲା । ଚୋରି ସାଇକେଲ ଗୁଡିକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା, ସିମିଲିକଟା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ପଡ଼ିଆବାହାଲ ଗ୍ରାମରେ ବିକ୍ରି କରୁଥିଲା ।

ଏହି ଚୋରୀ ଘଟଣା ଜଣାପଡିବା ପରେ ସୋନପୁର ପୁଲିସ ଅଭିଯୁକ୍ତ ବିନାୟକ ନାଏକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆଜି ସୋନପୁର ଥାନା ରେ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀ ରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏ ଏସ ଆଇ ବିନ ନାଗ ଏହି ଚୋରି ଘଟଣା ର ତଦନ୍ତ କରୁଥିଲେ ।