ଗୁଣପୁର ଠାରେ ଜନତା କର୍ଫ୍ୟୁ କୁ ସଫଳ କରିଲେ ସହର ବାସୀ

ରିପୋର୍ଟ: ପ୍ରଦୀପ କୁମାର ପାତ୍ର //
ଗୁଣପୁର(୨୨/୦୩): କରୋନା ଭୂତାଣୁ ସାରା ବିଶ୍ବ ରେ ମହାମାରୀ ର ରୂପ ନେଇଥିବା ବେଳେ ଆମ ଦେଶ ରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି ।

ଏଣୁ କରୋନାକୁ ହରାଇ ଦେଶ କୁ ବଞ୍ଚାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୨/୦୩/୨୦୨୦ ଅର୍ଥାତ ରବିବାର ଦିନକୁ ଜନତା କର୍ଫ୍ୟୁ ରୂପେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାକୁ ସମଗ୍ର ଭାରତ ବାସୀ ସମର୍ଥନ କରିଥିବା ବେଳେ ଗୁଣପୁର ଅଞ୍ଚଳ ବାସୀ ମଧ୍ୟ ଏହି ଆହ୍ୱାନକୁ ସମ୍ମାନ ଜଣାଇଥିଲେ । ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ ଡାଉନ ଡାକରା ର ପ୍ରଥମ ଦିନ ରେ ଗୁଣପୁର ସହର ଏବଂ ଏହାର ପାଖା ପାଖି ଅଞ୍ଚଳ ରେ ସକାଳ ୭ ଘଣ୍ଟା ସମୟ ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବାହାରକୁ ବାହାରି ନଥିବା ଦେଖିବାକୁ ମିଳିଥିଲା । ରାୟଗଡ଼ା ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ଜନତା କର୍ଫ୍ୟୁ କୁ ସଫଳ ରୂପାୟନ କରିବା ପାଇଁ ସଚେତନ କରାଯାଇଥିଲା । ଏହି ଉପଲକ୍ଷେ ଗୁଣପୁର ସହର ରେ ସମସ୍ତ ଦୋକାନ, ବଜାର, ଗାଡି ମଟର ଚଳାଚଳ ଓ ଟ୍ରେନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

ଏଥି ସହ ଭଗବାନ ଓ ଭକ୍ତ ଙ୍କ ମଧ୍ୟରେ ଦୂରତା ବଢିବା ମଧ୍ୟ ଦେଖା ଦେଇଛି । ରବିବାର ଦିନ ଯୀଶୁଖ୍ରୀଷ୍ଟ ଙ୍କ ପୁଜା ନିମନ୍ତେ ଆଖ ପାଖ ଗ୍ରାମ ରୁ ବହୁ ଭକ୍ତ ମାନେ ଚର୍ଚ୍ଚ କୁ ଆସଥାନ୍ତି କିନ୍ତୁ ଜନତା କର୍ଫ୍ୟୁ କୁ ସମ୍ମାନ ଜଣାଇ ଏବଂ ନିଜେ ସଚେତନ ରହି ଜନତା କର୍ଫ୍ୟୁ କୁ ସଫଳ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ କହିବା ଅନୁଯାୟୀ ଗୁଣପୁର ସହର ବାସୀ ସନ୍ଧ୍ୟା ୫ ଟା ବେଳେ ନିଜ ନିଜ ଘର ବାଲ୍କୋନି, ଘର ଦୁଆର ମୁହଁ ରେ ଠିଆ ହୋଇ ଘଣ୍ଟ, ଶଙ୍ଖ, ହୁଳହୁଳି ଦେଇ କରୋନା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ।

Leave a Reply

This site uses Akismet to reduce spam. Learn how your comment data is processed.